ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ବରିଷ୍ଠ ନାଗରିକ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସ୍ଥିତ ନୂତନ ଡ଼ବ୍ଲୁଓଡିସି ପାବିଲିଅନ ଠାରେ ବରିଷ୍ଠ ନାଗରିକ ଦିବସ ୨୦୨୪ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହ ଦେଓ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, କ୍ରୀଡା ସଙ୍ଗଠକ ଶ୍ରୀକର ମିଶ୍ର, ବିଶିଷ୍ଟ ସାମ୍ବାଦିକ ତଥା ସାହିତ୍ୟିକ ତୁଳସୀ ଜୈନ ପ୍ରମୁଖ ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ ମଂଚର ସଭାପତି ନାରାୟଣ ପାଢି ଓ ସମ୍ପାଦକ ଅଶୋକ କୁମାର ଚାନ୍ଦଙ୍କ ସଭାପତିତ୍ୱରେ ଏ ଦିବସ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଧୁସୁଦନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ସୁନିଲ କୁମାର ବିଶ୍ୱାଳ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ସଂଗଠନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ନାଗରିକମାନଙ୍କ ପାଇଁ ସୁବିଧା କରିବାକୁ ସଭାରେ ମତପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସହରର ଅନେକ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.