ଅଗସ୍ତି ନୂଆଗାଁ କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ଦୁର୍ଗା ମେଢ଼ର ଆୟୋଜନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ଆନୁକୂଲ୍ୟରେ ଦୁର୍ଗାପୂଜା ଉତ୍ସବ ତଥା ନବରାତ୍ର ପୂଜା ଆରମ୍ଭ ହୋଇଛି । ନିଜସ୍ୱ ପୂଜା ମଣ୍ଡପରେ ଗୁରୁବାର ଠାରୁ ମୃଣ୍ମୟୀ ଦେବୀ ଦୁର୍ଗାପୂଜା ଅସରରେ ନବରାତ୍ର ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସିଛି । ଅଗସ୍ତି ନୂଆଗାଁରେ ଗତ ୨୦୦୫ ମସିହା ଠାରୁ ମା’ଦୁର୍ଗାଙ୍କ ପୂଜାମଣ୍ଡପର ଅୟୋଜନ ସମାହିତ ହୋଇଆସୁଛି । କଲ୍ୟାଣୀ ଯୁବକ ସଂଘ, ସାମାଜିକ କାର୍ଯ୍ୟକ୍ରମ ସହିତ ଏହି ପୂଜାକୁ ବହୁ ଆଡମ୍ବର ସହ ପାଳନ କରିଆସୁଛନ୍ତି । ଏଥିପାଇଁ ସମଗ୍ର ଅଗସ୍ତି ନୂଆଗାଁ ଗ୍ରାମ ସହ ଆଖପାଖ ଗାଁ ଉତ୍ସବ ମୁଖର ହୋଇଛି । ପ୍ରତ୍ୟେକ ଦିନ ମା’ଙ୍କ ଅଭିନବ ରୂପ ଦର୍ଶନ ସାଂଗକୁ ସନ୍ଧ୍ୟା ଆଳତୀ, ଚଣ୍ଡୀପାଠ, ହୋମ୍, ପୂଜାର୍ଚ୍ଚନା ଆଦି ବିଧିବଦ୍ଧ କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁସାରେ ହେବ ବୋଲି ସଂଘ ତରଫରୁ ସୂଚନା ମିଳିଛି । ମଧ୍ୟାହ୍ନରେ ଋଷିକୂଲ୍ୟା ନଦୀରୁ କଳସ ଯାତ୍ରା କରି ତେଲୁଗୁନୂଆଗାଁ ସ୍ଥିତ ଅଗସ୍ତିଶ୍ୱର ମନ୍ଦିର ପରିସରରୁ ବେଲଡାଳ ଆମନ୍ତ୍ରଣ କରି ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ତତ୍ ପରେ ମହାଆଳତୀ, ବାହ୍ୟକୁମ୍ଭପୂଜା, ଚଣ୍ଡୀପାଠ, ହୋମ ଏବଂ ସର୍ବଶେଷରେ ମହାପୂଜା ଅନୁଷ୍ଠିତ ହେବ । ଏହି ପୂଜା ପଣ୍ଡିତ ମନୋରଞ୍ଜନ ଆଚାର୍ଯ୍ୟଙ୍କ ପୌରହତିରେ ସମ୍ପାଦନ ହୋଉଥିଲା ବେଳେ କର୍ତ୍ତା ଭାବେ ଦାମୋଦର ପଲେଇ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଯୁବକ ସଂଘର ସଦସ୍ୟ ଅଶୋକ କୁମାର ନାହାକ, କାହ୍ନୁ ପଲେଇ, ଜୟ ନାହାକ, ବିଭୂତି ଭୂଷଣ ବେହେରା, ଦୀପକ ସ୍ୱାଇଁ, ସଞ୍ଜୟ ପଣ୍ଡା, ପଙ୍କଜ ପଲେଇ, ନବ ସ୍ୱାଇଁ, ଅଭିନାଶ ନାହାକ, ଆଲୋକ ଗୌଡ଼, ସମିର ତରାଇ, ତୋଫାନ ସ୍ୱାଇଁ, ମନୋରଞ୍ଜନ ଜେନା, ସପନ ମହାରଣା, ଆଦିତ୍ୟ ନାହାକ, ଶିବା ସ୍ୱାଇଁ, ଶ୍ରୀନୁ ଗୌଡ଼, ସନାତନ ପଲେଇ ପ୍ରମୁଖ ସହଯୋଗ କରି ସୂଚାର ରୂପେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ପ୍ରତ୍ୟେକ ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ସଂକୀର୍ତ୍ତନ ମଣ୍ଡଳୀଙ୍କ ସଦସ୍ୟଙ୍କ ଦ୍ୱାରା ଆଳତୀ ସହ ଭଜନ ପରିବେଷଣ କରାଯିବା ସହ ଭଷାଣୀ ୧୩ ତାରିଖରେ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.