ଚଳନ୍ତା ଟ୍ରେନ୍‌ରୁ ଖସିପଡି ଯୁବକ ଗୁରୁତର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଚଳନ୍ତା ଟ୍ରେନ୍‌ରୁ ଖସିପଡି ଯୁବକ ଗୁରୁତର । ରାୟପୁରରୁ ସମତା ଏକ୍ସପ୍ରେସ୍‌ରେ ଆସୁଥିବା ବେଳେ ଟ୍ରେନ୍‌ରୁ ଖସିପଡି ଯୁବକ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । କଣ୍ଟାବାଞ୍ଜି – ବଙ୍ଗୋମୁଣ୍ଡା ରେଲୱେ ଫାଟକରେ ଘଟିଛି ଏହି ଘଟଣା । ଯୁବକଙ୍କ ଦେହରୁ ଅଧିକ ରକ୍ତ ସ୍ରାବ ହୋଇଥିବା ଥିବା ବେଳେ ଘଟଣାସ୍ଥଳରେ କଣ୍ଟାବାଞ୍ଜି ଆର୍‌ପିଏଫ୍‌ ପୋଲିସ ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରିଥିବା ଖବର ମିଳିଛି । ଗୁରୁତର ଯୁବକ ଜଣକ ଦୀପକ ଝା ବୋଲି ଜଣାପଡ଼ିଛି । ବିହାର ରାଜ୍ୟରୁ ଓଡିଶାକୁ କାମ କରିବା ପାଇଁ ଆସୁଥିବା ବେଳେ ଘଟିଛି ଏହି ଭଲି ଦୁଃଖଦ ଘଟଣା ।

Leave A Reply

Your email address will not be published.

error: Content is protected !!