ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କେରମେଲୀ ଠାରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଙ୍ଗଳବାର ଦିନ ବିଦ୍ୟାଳୟରେ ଆନ୍ତର୍ଜାତୀୟ ବୟସ୍କ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ସରୋଜ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେରମେଲୀ ଗ୍ରାମର କେତେକ ବୟସ୍କ ବ୍ୟକ୍ତି ଯଥା -ଭ୍ରମର ବର ସାହୁ, ବଶିଷ୍ଠ ଭୋଇ, ପରମ ସାହୁ, ଗଜିନ୍ଦ୍ର ବିଷି ଓ ପଦ୍ମିନୀ ସାହୁଙ୍କୁ ଫୁଲ ଚନ୍ଦନ, ଉପଢୌକନ ସହ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ସଭାରେ ଛାତ୍ରଛାତ୍ରୀ ମାନେ କିପରି ଭାବରେ ବୟସ୍କ ନାଗରିକ ମାନଂକୁ ସମ୍ମାନ ତଥା ନନିବାର ଢଙ୍ଗ ଉପରେ ବକ୍ତବ୍ୟ ରଖିଥିଲେ । ଶିକ୍ଷକ, ଶିକ୍ଷିୟତ୍ରୀ ମାନେ ଛାତ୍ରଛାତ୍ରୀ ମାନେ କିପରି ଭାବରେ ବୟସ୍କ ନାଗରିକ ମାନଙ୍କୁ ସମ୍ମାନ ଦିଆଯାଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ବୟସ୍କ ନାଗରିକ ମାନଂକୁ ସମ୍ମାନ ଜଣାଇବା ନିମିତ୍ତ ଏକ ଶପଥ ପାଠ କରାଯାଇଥିଲା । ବିଦ୍ୟାଳୟର ସାଂସ୍କୃତିକ ସେବିକା ବିଶାଖା ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷିକା ସୋବିତା ଏକ୍କା, ମୋନାଲିସା ମହାପାତ୍ର, ରଶ୍ମିତା ନାୟକ, ସୌମ୍ୟରଂଜନ ମହାନ୍ତି, ପ୍ରଶାନନ୍ଦ ବାଗ, ମିନତୀ ଦାସ, ଗୀତାଞ୍ଜଳି ମହାକୁର, ଚନ୍ଦ୍ର ଶେଖର ସାହୁ ଓ ଅନୁପମ ମହାନ୍ତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!