ବିକାଶ ହସ୍ପିଟାଲ ପକ୍ଷରେ ବଲାଙ୍ଗିର ଠାରେ ବିଶ୍ଵ ହୃଦୟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵ ହୃଦୟ ଦିବସ ଅବସରରେ ବିକାଶ ହସ୍ପିଟାଲ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳ ୭ ଟା ସମୟରେ ସ୍ଥାନୀୟ କୋଶଳ କଳାମଣ୍ଡଳ ପଡ଼ିଆରୁ ଏକ ୱାକାଥନ୍ କାର୍ଯ୍ୟକ୍ରମ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଡଃ.ବିଜୟାନନ୍ଦ ସେଠୀ ଏହାକୁ ଶୁଭାରମ୍ଭ କରିଥିଲେ । କୋଶଳ କଳାମଣ୍ଡଳରୁ ଏହି ରେଲି ବାହାରି ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ମଣ୍ଡପରେ ବିକାଶ ହସ୍ପିଟାଲର ଅଧ୍ୟକ୍ଷ ଡିଃ. ମୁରଲୀକ୍ରିଷ୍ଣନ ଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନରେ ନିର୍ଦ୍ଦେଶକ ଏସ ଏନ୍ ପଣ୍ଡା, ଡଃ. ପ୍ରଣୟ ପାଣିଗ୍ରାହୀ, ଡଃ. ବିକ୍ରମ କେଶରୀ ମହାନ୍ତି, ସୁ ପେରିଟେଡେଣ୍ଟ ଡଃ. ମାନସୀ ପଣ୍ଡା ,ଡଃ. ପରମାନନ୍ଦ , ଟାଉନ ବାଳିକା ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେନ୍ଦ୍ର ମିଶ୍ର, ସଭାର ଉପସ୍ଥିତ ଅତିଥି ଓ ବକ୍ତାମାନେ ଏକ ସୁସ୍ଥ ହୃଦୟ ପାଇଁ ଉଚିତ୍ ଜୀବନଚର୍ଯ୍ୟା, ନିଶା ଦ୍ରବ୍ୟ ସେବନ ବାରଣ ଓ ସୁଷମ ଖାଦ୍ୟଗ୍ରହଣ ନିତାନ୍ତ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସିଭିଲିଆନମାନେ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସବ୍ୟସାଚୀ ରାୟ ଓ ଜିଏମ ଡଃ. ଦେବବର୍ତ୍ତ ତ୍ରିପାଠୀ ।

Leave A Reply

Your email address will not be published.