ଫେୟାର କ୍ଲାଇମେଟ୍ ଫଣ୍ଡ୍ ଏବଂ ଏଫ୍.ସି.ଏଫ୍. ଇଣ୍ଡିଆ ର ହିତାଧିକାରୀ ସମ୍ମିଳନୀ

ମ.ରାମପୁର, (ପି.କେ. ସାହୁ) : ଭବାନୀପାଟଣାର ହୋଟେଲ ଅମରପଲ୍ଲୀ କ୍ଲାସିକ ଠାରେ ବୁଧବାର ଦିନ ” ଫେୟାର କ୍ଲାଇମେଟ୍ ଫଣ୍ଡ୍ ” ଓ ଏଫ୍.ସି.ଏଫ୍.ଇଣ୍ଡିଆର ମିଳିତ ସହଯୋଗରେ ‘ବଚତ୍’ ପ୍ରକଳ୍ପାଧୀନ ଗୋଲ୍ଡ ଷ୍ଟାଣ୍ଡାର୍ଡର ନିୟମାନୁଯାୟୀ ଏକ ସ୍ଥାନୀୟ ହିତାଧିକାରୀ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ପାରିବାରିକ ସ୍ତରରେ ଦୈନନ୍ଦିନ ଖାଦ୍ୟ ପ୍ରସ୍ତୁତିରେ ଥିବା ବିଭିନ୍ନ ସମସ୍ୟା, ଯେମିତିକି ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହରେ ମହିଳାମାନଙ୍କର ଶାରିରୀକ ପରିଶ୍ରମ ସହିତ ସମୟ ଅପଚୟ ହୋଇଥାଏ । କାଠକୁ ପାରମ୍ପରିକ ଚୁଲାରେ ବ୍ୟବହାର କରିବା ଦ୍ୱ।ରା ଅଧିକ ଧୂଆଁ ଓ ଅଧିକ ସମୟ ଅପଚୟ ଏବଂ ଅଧିକ ଜାଳେଣିର ଆବଶ୍ୟକତା ପଡିଥାଏ । ପାରମ୍ପରିକ ଚୁଲୀରେ ଅଧିକ ଧୂଆଁ ଯୋଗୁଁ ‘ଘରୋଇ ବାୟୁ ପ୍ରଦୂଷଣ’ ଦ୍ୟୁରା ରୋଷେଇ ସହ ଜଡିତ ମହିଳା ଏବଂ ଅନ୍ୟ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ । ପ୍ରକଳ୍ପର ପ୍ରାଥମିକ ସର୍ବେକ୍ଷଣରୁ ଜଣାପଡଛି ଯେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର ପ୍ରାୟ ୮୩ ପ୍ରତିଶତ ପରିବାରରେ ଖାଦ୍ୟ ପ୍ରସ୍ତୁତି ପାଇଁ କାଠକୁ ଜାଳେଣି ରୂପେ ବ୍ୟବହାର କରିଥାଆନ୍ତି । ଏହି ବ୍ୟବହାରକୁ ୪୫ ପ୍ରତିଶତ ହ୍ରାସ କରିବା ପାଇଁ ଉନ୍ନତ ଚୂଲାର ବ୍ୟବହାର ଉପରେ ଏହି କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଥିଲା । ଜାଳେଣି କାଠର ବ୍ୟବହାର ହ୍ରାସ ଏବଂ ସ୍ୱାସ୍ଥ୍ୟ ସମସ୍ୟାକୁ ନଜରରେ ରଖି “ବଚତ୍” ପ୍ରକଳ୍ପ ୨୦୧୧ ମସିହାରୁ କନ୍ଧମାଳ ଏବଂ କଳାହାଣ୍ଡି ଜିଲ୍ଲାର ସୀମାବଦ୍ଧ ଆର୍ଥିକ ଅନଗ୍ରସର ପରିବାର ମଧ୍ୟରେ ୩୦,୦୦୦ ଉନ୍ନତ ଚୂଲା ବଣ୍ଟନର ଯୋଜନା କରାଯାଇଛି ବୋଲି ସୂଚନା ଦିଆଯାଇଥିଲା । ଏହି କର୍ମଶାଳାରେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଯୋଜନା ଏବଂ ପରିଚାଳନା ସଂସ୍ଥାର ଅଣୁଯୋଜନା ଓ ଜୀବନ ଜୀବିକା ଏକ୍ସପର୍ଟ ଡଃ. କୁମୁଦିନୀ ମିଶ୍ର, ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ ତଥା ଥୁଆମୂଳ ରାମପୁର ଆଇଟିଡିଏ ସଂସ୍ଥାର ପିଏ ଦାୟିତ୍ୱରେ ଥିବା ମହାପ୍ରସାଦ ଦାସ,”କର୍ତ୍ତବ୍ୟ” ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଟ୍ଟନାୟକ,ଏଫ୍.ସି.ଏଫ୍.ଇଣ୍ଡିଆର ଉଚ୍ଚ ପ୍ରବନ୍ଧକ ସୀମା ଗୁପ୍ତା, ମ. ରାମପୁର ବନାଞ୍ଚଳର ବନପାଳ ତପନ କୁମାର ବେହେରା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମ. ରାମପୁର, ନର୍ଲା ଓ ଥୁଆମୂଳ ରାମପୁର ବ୍ଲକରୁ ମିଶନ ଶକ୍ତି ବିଭାଗ ବ୍ଲକ ସଂଯୋଜକ, ଏମ.ବି.କେ, ସିଆରପିଏ, ଆଶା, ଅଙ୍ଗନବାଡି କର୍ମୀ, ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ବନପାଳ ଆମ ଜଙ୍ଗଲ ଯୋଜନାର ଦଳପତି ,ବିଭିର୍ଣ୍ଣ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଓ ଚୁଲା ବ୍ୟବହାରକାରୀ ଉପସ୍ଥିତ ରହି ମତାମତ ରଖି ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପ୍ରକଳ୍ପ ଅଧିକାରୀ ତାପସ ପରିଡା ଓ ଅଭିସ୍ପା ପତିୟାରୀ ପରିଚାଳନା କରିଥିବା ବେଳେ, ମନୋଜ ନାୟକ, ସରୋଜ ସାହୁ, ପୁଷ୍ପା, ତପସ୍ୱିନୀ ଜେନା, ଉଦିତ ପଧାନ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.