ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ପୂର୍ଣ୍ଣ ସମର୍ଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିଟିଜନ ଫୋରମ୍‌ ପାଟଣାଗଡ ଦେଇଥିବା ଚିଠି ନଂ.୧୦୧ ତାରିଖ ୦୨.୦୯.୨୦୨୪ ଅନୁସାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘ ବଲାଙ୍ଗିରରୁ ନୂଆପଡା ରେଳପଥର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ପୂର୍ଣ୍ଣ ସମର୍ଥନ ଦେଇଛି । ଗତ ବର୍ଷ ଆମ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଏବଂ ସାଂସଦଙ୍କ ପ୍ରଚେଷ୍ଟାରେ ବଲାଙ୍ଗିର ଷ୍ଟେସନର ନବୀକରଣ ପାଇଁ ଅମୃତ ଭାରତ ଯୋଜନାରେ ୧୮.୪ କୋଟି ଟଙ୍କା ମଂଜୁରୀ ଦେଇଥିଲେ ମାତ୍ର କାମ କେବେ ସରିବ ତାହାର କୌଣସି ତାରିଖ ନାହିଁ ବା ଫଳକ ନାହିଁ । ସମାନ ସମୟରେ ବରଗଡ ଓ ନୁଆପଡାର ଲିଫ୍ଟ କାମ ଶେଷ ହୋଇ ଲୋକେ ଜାତାୟତ କଲେଣି ମାତ୍ର ବଲାଙ୍ଗିରରେ କାମ ଆରମ୍ଭ ହୋଇନାହିଁ । ଏ ବର୍ଷର ଟଙ୍କା ଖର୍ଚ୍ଚ ନ ହୋଇ ଆଗାମୀ ବର୍ଷ ଅନୁଦାନରେ ଅଧିକ ହୋଇ ଆସେ ତେଣୁ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦେବା ନିହାତି ଦରକାର । ନିକଟରେ ଷ୍ଟେସନରେ ବହୁତ ଟିକଟ ବିକ୍ରି ଯୋଗୁଁ ବଲାଙ୍ଗିର ଏନ୍‌ଏସ୍‌ଜି ୪ରୁ ଏ୍‌ଏସ୍‌ଜି ୩କୁ ଉନ୍ନିତ ହୋଇଛି । ମାତ୍ର ଯାତ୍ରୀମାନଙ୍କ ପାଇଁ ନ୍ୟୁନତମ ସୁବିଧା ନାହିଁ । ବାରମ୍ବାର ଦାବି ସତ୍ୱେବଲାଙ୍ଗିରରୁ ଭୁବନେଶ୍ୱରକୁ ଦିନବେଳା ଟ୍ରେନ ଯିବା ଆସିବା କରିପାରିଲା ନାହିଁ । ବଲାଙ୍ଗିରରୁ ସିଧାସଳଖ ଦିଲ୍ଲୀ ବା ପ୍ରୟାଗରାଜକୁ ଟ୍ରେନ ଟିଏ ମିଳିଲା ନାହିଁ । ରେଳ ବିଭାଗ ଦ୍ୱାରା ରକ୍ଷଣାବେକ୍ଷଣ ପାଇଁ ପିିଆଇଟି ଲାଇନ ମଧ୍ୟ ହୋଇପାରିଲା ନାହିଁ । ଏମିତି ସମସ୍ୟା ଘେରରେ ବଲାଙ୍ଗିରବାସୀ କେତେ ଦିନ ସହିବେ ଓ ତାହାର ଉପଯୁକ୍ତ ରୂପ ଭବିଷ୍ୟତରେ କେମିତି ହେବ ବୋଲି ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର କ୍ଷୋଭ ପ୍ରକାଶ କରି ସତର୍କ କରାଇ ଦେଇଛନ୍ତି ।

Leave A Reply

Your email address will not be published.