ପଦ୍ମପୁର ଡାକ୍ତରଖାନାରେ ସିସିଟିଭିର ଅବ୍ୟବସ୍ଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା ଏ ଅଂଚଳର ମୁଖ୍ୟ ଚିକିତ୍ସାକେନ୍ଦ୍ର ଅଟେ । ଏହି ଡାକ୍ତରଖାନାକୁ ପାଇକମାଲ, ଝାରବନ୍ଧ ତଥା ଉପାନ୍ତ ଅଂଚଳ ଛତିଶଗଡ ଠାରୁ ଚିକିତ୍ସା ନିମନ୍ତେ ଲୋକେ ଆସିଥାନ୍ତି । ଏହି ଡାକ୍ତରଖାନାରେ ଉପଯୁକ୍ତ ପରିମାଣରେ ଡାକ୍ତର ଏବଂ ନର୍ସ ପଦବୀ ସଂଖ୍ୟା ନାହିଁ । ତେଣୁ ଠିକ୍‌ ଭାବରେ ରୋଗୀ ଚିକିତ୍ସା ପାଇ ପାରୁ ନାହାନ୍ତି । ଏହି ଡାକ୍ତରଖାନାକୁ ଚଳିତବର୍ଷ ଦୁଇ ଥର ସ୍ୱାସ୍ଥ୍ୟମନ୍ତ୍ରୀ ପରିଦର୍ଶନ କରି ସାରିଲେଣି ତଥାପି ସଂଖ୍ୟା ପୂରଣ ହୋଇ ପାରିନାହିଁ । ଏତେ ବଡ ଡାକ୍ତରଖାନାରେ ଏଠାରେ ସିସିଟିଭି ସଂଯୋଗ ହୋଇପାରିନାହିଁ ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି ହୁଏ । ଯଦ୍ୱାରା ଅନେକ ସମୟରେ ଏଠାରେ ମୋଟର ସାଇକଲ ଗୁଡିକ ଚୋରି ହୋଇଥାଏ । ଗତ ଅଳ୍ପ ଦିନ ତଳେ ଚାରପାଲି ଗ୍ରାମରେ ବାସ କରୁଥିବା ପ୍ରଭାସ ଜାଲଙ୍କର ହିରୋ ହୋଣ୍ଡା ମୋଟର ସାଇକଲ ଏହି ଡାକ୍ତରଖାନା ପରିସରରୁ ଚୋରି ହୋଇଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ଅତି ଶୀଘ୍ର ସିସିଟିଭି ସଂଯୋଗ କରାଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ରୋଗୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣରେ ଶଯ୍ୟା ନାହିଁ ଯାହା ଫଳରେ ରୋଗୀମାନେ ତଳେ ଶୋଇ ଚିକିତ୍ସିତ ହେଉଥିବାର ଅନୁମେୟ ହୁଏ । ଦେଖାଯାଉ ଏ ସମସ୍ୟା ଗୁଡିକ କେବେ ପୂରଣ ହେବ ସମୟ କହିବ ।

Leave A Reply

Your email address will not be published.