ଏକକାଳୀନ ନିର୍ବାଚନ ନେଇ ଉଚ୍ଚସ୍ତରୀୟ କମିଟିର ସୁପାରିସ କେନ୍ଦ୍ର କ୍ୟାବିନେଟ୍‌ରେ ଗୃହୀତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଦେଶବ୍ୟାପୀ ଏକକାଳୀନ ନିର୍ବାଚନ ପାଇଁ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଗ୍ରହଣ କରାଯାଇଛି ।
ଏକକାଳୀନ ନିର୍ବାଚନ: ଉଚ୍ଚସ୍ତରୀୟ କମିଟିର ସୁପାରିସ
୧. ୧୯୫୧ରୁ ୧୯୬୭ ମଧ୍ୟରେ ଏକାସାଙ୍ଗରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି ।
୨. ଆଇନ ଆୟୋଗ: ୧୭୦ତମର ରିପୋର୍ଟ (୧୯୯୯): ୫ ବର୍ଷ ମଧ୍ୟରେ ଲୋକସଭା ଓ ସମସ୍ତ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ ।
୩. ସଂସଦୀୟ କମିଟିର ୭୯ତମ ରିପୋର୍ଟ (୨୦୧୫): ଦୁଇଟି ପର୍ଯ୍ୟାୟରେ ଏକକାଳୀନ ନିର୍ବାଚନ ପାଇଁ ପଦ୍ଧତି ପଦ୍ଧତିର ପରାମର୍ଶ
୪. ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ରାଜନୈତିକ ଦଳ ଓ ବିଶେଷଜ୍ଞଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।
୫. ଏହି ରିପୋର୍ଟ ଅନଲାଇନରେ ଉପଲବ୍ଧ : https://onoe.gov.in
୬. ଦେଶରେ ଏକକାଳୀନ ନିର୍ବାଚନ ପାଇଁ ବ୍ୟାପକ ସମର୍ଥନ ରହିଛି ବୋଲି ବିସ୍ତୃତ ମତାମତରୁ ଜଣାପଡିଛି ।
ସୁପାରିସ ଏବଂ ଆଗକୁ ମାର୍ଗ
୧. ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ
୨. ପ୍ରଥମ ର୍ଯ୍ୟାୟ: ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ ଆୟୋଜନ କରିବା
୩. ଦ୍ୱିତୀୟ ପର୍ଯ୍ୟାୟ: ସାଧାରଣ ନିର୍ବାଚନର ୧୦୦ ଦିନ ମଧ୍ୟରେ ସ୍ଥାନୀୟ ପ୍ରଶାସନିକ ସଂସ୍ଥା ନିର୍ବାଚନ (ପଞ୍ଚାୟତ ଓ ପୌରପାଳିକା) ଅନୁଷ୍ଠିତ ହେବ ।
୪. ସମସ୍ତ ନିର୍ବାଚନ ପାଇଁ ଗୋଟିଏ ସାଧାରଣ ଭୋଟର ତାଲିକା ।
୫. ସମଗ୍ର ଦେଶରେ ବିସ୍ତୃତ ଆଲୋଚନା ଆରମ୍ଭ କରାଯିବ ।
୬. ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ ।

Leave A Reply

Your email address will not be published.