ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ଡୁଙ୍ଗୁରିପାଲି ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ନିକଟସ୍ଥ ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ କିଷାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ଅବସର ପ୍ରାପ୍ତ ଅଧ୍ୟାପକ ମକରଧ୍ଵଜ ବିଶ୍ୱାଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥିଭାବେ ବରିଷ୍ଠ ସହ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଳୁ ମିର୍ଦ୍ଧା, ଜଗତ ମଲ୍ଲିକ, ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବୈଶାଖୁ ପଧାନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମୂଳକ ମନୋବୃତ୍ତିର ବିକାଶ ପାଇଁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ବ୍ଲକର ୧୫ ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ, ଗଣିତ, ସାମାଜିକ ବିଜ୍ଞାନ ଓ ସାମ୍ପ୍ରତିକ ଘଟଣାବଳୀ ଉପରେ କୁଇଜ ପ୍ରତିଯୋଗିତା ଉପ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ପ୍ରତିଯୋଗିତାର ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ଡୁଙ୍ଗୁରିପାଲି ବ୍ଲକର ବିଭିନ୍ନ କ୍ଲଷ୍ଟରରୁ ଆସିଥିବା ସି.ଆର.ସି.ସି ଚିତ୍ତରଞ୍ଜନ ଠାକୁର, ଥବିର ଦୋରା, ଥବିର ବୁଡ଼େକ, ସୁଧାଂସୁ ସାହୁ, ରମେଶ ଭୋଇ, ହାରାଧନ ବେରିଆ, ସୁରେଶ ପୁଜାହାରୀ, ଡାକ୍ତର ପତି, ସୁରେନ୍ଦ୍ର ରଥ, ସଲିଲ ସାହୁ, ଶିକ୍ଷକ ଜିତେନ୍ଦ୍ର ମହାରଣା, ଯୋଗାନନ୍ଦ ପଧାନ, ଲଳିତ ସାହୁ, ରମେଶ ସାହୁ, କୁମୁଦ ମଟାରୀ, ଦିବ୍ୟରଞ୍ଜନ ପଧାନ, କୃଷ୍ଣଚନ୍ଦ୍ର ତଣ୍ଡକାର, ଆଲୋକ ପଧାନ, ଶିକ୍ଷୟିତ୍ରୀ ମଞ୍ଜୁଲତା ମିଶ୍ର, ସହାୟକ ବିଭୁତି ପଧାନ, ସେବକ ସା, ଗରୁଡ଼ ପଧାନ ସହଯୋଗ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରମ ଚନ୍ଦ୍ର ବାରିକ ଓ କାର୍ଯ୍ୟାଳୟର ସରୋଜ ମେହେର, ସମୀର ପଧାନ, ଯଜ୍ଞଦତ୍ତ ବିଶ୍ୱାଳ, ଅରୁଣ ଥପା, ଶ୍ରଦ୍ଧା ସାହୁ, ବିନାୟକ ମିଶ୍ର ତଦାରଖ କରିଥିଲେ । ଉପ କନିଷ୍ଠ ବର୍ଗ କୁଇଜ ପ୍ରତିଯୋଗିତାରେ ଆୟୁଷ ସାହୁ, ଆକୃତି ଗଡ଼ତିଆ, ଆଦ୍ୟାଶା ଦାଶ, କନିଷ୍ଠ ବର୍ଗରେ ଅରିନ୍ଦମ ପଧାନ, ସୌନ୍ଦର୍ଯ୍ୟ ମାହାନା, ଏକାମ୍ର ନାଏକ, ବରିଷ୍ଠ ବର୍ଗରେ ପ୍ରାଚୁର୍ଯ୍ୟ ପାଢ଼ୀ, ଲିଲି ପଧାନ, ସୋନାଲି ବୁଡ଼େକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ପୁରସ୍କାର ପାଇଥିଲେ । ଅଂଶ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଓ ସହାୟକ ଶିକ୍ଷଣ ଉପକରଣ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଗଜବନ୍ଧ ସି ଆର.ସି.ସି ନରେନ୍ଦ୍ର ପୁରୋହିତ ସଂଯୋଜନା କରିଥିବା ବେଳେ ଚେରୁପାଲି ସି.ଆର.ସି.ସି ଦିଲୀପ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.