ଆମ୍ବେଦକର ଯୁବକ ସଂଘ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିର

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ଆମ୍ବେଦକର ଯୁବକ ସଂଘ, ବେହେରେନସିଲେଟ୍ ଓ ସାଗର ମଲ୍‌ଟି ସ୍ପେଶିଆଲିଟି ହସ୍‌ପିଟାଲ, ରାୟପୁର ମିଳିତ ଆନୁକୂଲ୍ୟରେ ବେହେରେନସିଲେଟ୍ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ରାୟପୁରରୁ ବିଶେଷଜ୍ଞ ଡ଼ାକ୍ତର ରାଜେଶ ଶର୍ମା, ଭକ୍ତବନ୍ଧୁ କୁମାର, ରତ୍ନ ନାଗ, ନର୍ସ ହୁଲେଶ୍ୱରୀ, ଅହଲିୟା, ମମତା ଉପସ୍ଥିତ ରହି ସମସ୍ତଙ୍କୁ ମାଗଣାରେ ଚିକିତ୍ସା କରିବା ସହ ବିଭିନ୍ନ ରୋଗର ପରୀକ୍ଷା ଏବଂ ଔଷଧ ବଣ୍ଟନ କରିଥିଲେ । ଏହି ଶିବିରରେ ୨୦୦ରୁ ଅଧିକ ରୋଗୀ ଚିକିତ୍ସା ପାଇଥିବା ବେଳେ ଏହି ଶିବିରକୁ ଆମ୍ବେଦକର ଯୁବକ ସଂଘ ସଭାପତି ରୋହନ କୁମାର ମହତ ପରିଚାଳନା କରିଥିଲେ । ପରାମର୍ଶଦାତା ତୁଳସୀ ରାମ ଜଗତ, ସମ୍ପାଦକ ମୋହନ ସୁନା, ସହ ସମ୍ପାଦକ ରାଜେଶ ମହାନନ୍ଦ, କୋଷାଧ୍ୟକ୍ଷ ସୁମନ ମହତ ସଦସ୍ୟ ମିଳନ ସୁନା, ଦୁର୍ଗେ ତାଣ୍ଡି, ଅଭି ଜାଲ ଉପସ୍ଥିତ ଥିବାବେଳେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.