oom

ଟିକ୍ରାପଡା ଗାନ୍ଧୀ ପାଠାଗାରରେ ନୂଆଁଖାଇ ଭେଟ୍‌ଘାଟ୍‌

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ସ୍ଥିତ ଟିକ୍ରାପଡା ଗାନ୍ଧୀ ପାଠାଗାରରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ପାଠାଗାର ସଭାପତି ପ୍ରକାଶ କୁମାର ନେପାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ, ଉପ-ସଭାପତି ସନ୍ତକ ବହିଦାର, ସମ୍ପାଦକ ପ୍ରଦୀପ ସାହୁ, ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ପୂର୍ବତନ ପୌରାଧ୍ୟକ୍ଷା ଦମୟନ୍ତି ବାଗ, ମହିଳା ଶାଖା ସଭାପତି ବନେଶ୍ୱରୀ ବେହେରା ପ୍ରମୁଖ ପଶ୍ଚିମ ଓଡିଶାର ଗଣପର୍ବ ଆମ ସମାଜରେ ଭାଇଚାରାର ବାର୍ତ୍ତା ବହନ କରିବା ସହ ଏକତାର ସନ୍ଦେଶ ଦିଏ ବୋଲି ମତ ପ୍ରକାଶ କରିଥିଲେ । ଏହି ଉତ୍ସବରେ ମହିଳା ସଭ୍ୟା ସବିତା ବେହେରା, କଲ୍ୟାଣି ସାହୁ, ମଞ୍ଜୁଳା ମିଶ୍ର, ସୀମା ପଣ୍ଡା, ପ୍ରତିମା ମଟାରୀ ଏବଂ ବରିଷ୍ଠ ସଭ୍ୟ ନିଳମଣି ମିଶ୍ର, ନାଗରିକ କମିଟି ସମ୍ପାଦକ ମଧୁସୁଦନ ନାୟକ, ବୈଷ୍ଣବ ସାହୁ, ରାଜେନ୍ଦ୍ର ମିଶ୍ର, ରବି ବହିଦାର, ବାବୁଲା ରଥ, ହରିଶଙ୍କର ପଣ୍ଡା, ଅଜିତ ପଣ୍ଡା, ଦିଲିପ ସାହୁ, ରାଜେନ୍ଦ୍ର ପାଣି, ମାନା ଖାନ, ଶାନ୍ତି ପ୍ରକାଶ ବଢିଆ, ରିଆଜ ଖାନ, ଦୁର୍ଗା ସାହୁ, ପ୍ରବୀଣ ଦର୍ଜୀ ସଂଗଠକ ବୁଲୁ ବେହେରା ନୂଆଁଖାଇ ଶୁଭେଚ୍ଛା ଜଣାଇଥିଲେ । ଏହି ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜନ କରିବାରେ ଜିତେନ୍ଦ୍ର ନାଗ, ସୁରୁ ସାହୁ, ବାଦଲ ସାହୁ, ଦାଶରଥି ସାହୁ, ବାବୁ ଶ୍ରୀଚନ୍ଦନ ପ୍ରମୁଖ ବିଶେଷ ସହଯୋଗ କରିଥିଲେ । ଆସନ୍ତା ନବରାତ୍ର ଦୁର୍ଗାପୂଜାରେ ସମସ୍ତ ସଭ୍ୟ ଏବଂ ସଭ୍ୟା ତଥା ଜନସାଧାରଣ ସହଯୋଗ କରିବା ପାଇଁ ପାଠାଗାର ସଭାପତି ପ୍ରକାଶ ନେପାକ ନିବେଦନ କରିଥିଲେ । ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ପାଠାଗାରର ଶତାଧିକ ସଭ୍ୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.