ରଚନାର ନୂଆଁଖାଇ ଭେଟ୍‌ଘାଟ୍‌ ଓ କବିତା ଆସର ‘ଶରତର ସୁର’ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବିତା ଜୀବନର କଥାକହେ, କବିତାରେ ହିଁ ଚିହ୍ନି ହୁଏ ଜୀବନକୁ, ଅନୁଭବ ହୁଏ ପ୍ରକୃତିକୁ । ସମସ୍ତଙ୍କ ଭିତରେ ଗୋଟେ କବିପଣ ଥାଏ, କେହି କେହି ତାଙ୍କୁ କାଗଜରେ ଉତାରି ପରିଚୟ ପାଇଥାନ୍ତି । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରଚନାର ମାସିକ ରଚନା ସନ୍ଧ୍ୟାରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ ବହୁଭାଷୀ କବିତା ଆସର ଶରତର ସୁର କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି । ସ୍ଥାନୀୟ ପିପି ଏକାଡେମୀ ସଭାକକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ରଚନାର ସମ୍ପାଦକ କବି ଭାଗିରଥି ମିଶ୍ରଙ୍କ ପ୍ରାରମ୍ଭିକ ସୂଚନା ଓ କବିତାପାଠ ପରେ, ଚୁମକି ଦାଶ ଓ ବର୍ଷାରାଣୀ ମହାପାତ୍ରଙ୍କ ମନୋଜ୍ଞ ସଂଯୋଜନାରେ ଡ. ଜ୍ୟୋତିର୍ମୟୀ ସାହୁ, ପ୍ରହଲ୍ଲାଦ ଶତପଥି, ମନୋରଞ୍ଜନ ଯୋଶୀ, ବଳିଷ୍ଠ ପ୍ରଧାନ, ଭବାନୀଶଙ୍କର ପଟେଲ, ଜ୍ୟୋତିରାଣୀ ମିଶ୍ର, କସ୍ତୁରୀ ରଥ, ବନ୍ଦନା ପଟ୍ଟନାୟକ, ସବିତା ମହରା, ତପସ୍ୱିନୀ ପସାୟତ, ସସ୍ମିତା ନେପାକ, ମୃଗେସ ବୈଷ୍ଣବ ପାଣିଗ୍ରାହୀ, ଗଣେଶ ବାରିକ, ପୁସ୍ତମ ଜୁଆଦି, ସନ୍ଦୀପ କୁଅଁର, ପ୍ରଶାନ୍ତ ଯୋଶୀ, ଧର୍ମେନ୍ଦ୍ର ପଧାନ, ରମେଶ ପୁରୋହିତ, ଅବଦୁଲ ଜମାଳ ଦିବ୍ୟାନସି ମହାନ୍ତି ସମେତ ୪୦ରୁ ଅଧିକ କବି ଓ କବୟିତ୍ରୀ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଅନୁଷ୍ଠାନ ତରଫରୁ ନୂଆଁଖାଇ ଜୁହାର ଓ ସ୍ୱାଗତ କରିଥିବା ସହ ସମ୍ପାଦକ ରତ୍ନମୟ ତ୍ରିପାଠୀ ଓ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଅନୁଷ୍ଠାନର ସଭାପତି ସନାତନ ଠାକୁର ।

jittmm
Leave A Reply

Your email address will not be published.