lika

ବ୍ରହ୍ମପୁର ଠାରୁ ଟାଟାନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ

gbag

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ୪ ନମ୍ବର ପ୍ଲାଟଫର୍ମ ଠାରେ ବ୍ରହ୍ମପୁର ଠାରୁ ଟାଟାନଗର ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିଡିଓ କନଫ୍ରେସ ମାଧ୍ୟମରେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କର କମଳରେ ଶୁଭାରମ୍ଭ ହୋଇଯାଇଛି । ସ୍ୱାଗତ ଭାଷଣ ବ୍ରହ୍ମପୁର ସାଂସଦ ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଖଣି, ପରିବହନ, ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ପୋଲସରା ବିଧାୟକ ଗୋକୁଳାନନ୍ଦ ମଲ୍ଲିକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଦିଗପହଣ୍ଡି ବିଧାୟକ ଡଃ. ସିଦ୍ଧାନ୍ତ ମହାପାତ୍ର, ଆସ୍କା ବିଧାୟକ ସରୋଜ ପାଢୀ, ଆସ୍କା ସାଂସଦ ଅନିତା ସୁଭଦର୍ଶନି ଯୋଗଦେଇ ନିଜ ନିଜର ବକ୍ତବ୍ୟ ଦେଇଥିଲେ । ବିଭିନ୍ନ ସ୍ଥାନରୁ ବହୁ କର୍ମୀ ଉପସ୍ଥିତ ରହି ସଭାକାର୍ଯ୍ୟକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ ।

babaa
Leave A Reply

Your email address will not be published.