csstore

ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ପକ୍ଷରୁ ଶୋକସଭା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କଳା ଓ କଳାକାର ହିତୈଷୀ ମହାମଞ୍ଚ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ତରଫରୁ ଏକ ଶୋକସଭା ସ୍ଥାନୀୟ ସୋରଳ ସ୍ଥିତ ସୁରେଶ ହସ୍ପିଟାଲ ସଭାକକ୍ଷ ଠାରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡଃ. ତିରୁପତି ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ଶିକ୍ଷାବିତ ନୀଳକଣ୍ଠ ନାଲ୍ଲା, ସମାଜସେବୀ କୁରା ଗୌଡ଼, ସ୍ଵରବିବୁଧ ରମେଶ ଚନ୍ଦ୍ର ସ୍ଵାଇଁ ଏବଂ କଣ୍ଠଶିଳ୍ପୀ ପ୍ରଦୀପ କୁମାର ସାହୁ ମଞ୍ଚାସୀନ ଥିଲେ । ସୁନାମଧନ୍ୟ ସାରସ୍ଵତ ସାଧକ ତଥା ମଞ୍ଚ ଅଭିନେତା ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତଙ୍କ ପ୍ରେରଣା ଦାୟିନୀ ଧର୍ମପତ୍ନୀ ଶ୍ରୀମତୀ ଆରତୀ ଭଞ୍ଜ ସାମନ୍ତଙ୍କ ଅକାଳ ବିୟୋଗରେ ଶୋକ ବ୍ୟକ୍ତ ସହିତ ତାହାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଡଃ. ସୁରେଶ ଚୌଧୁରୀ, ଜଗନ୍ନାଥ ଚୌଧୁରୀ, ମାଷ୍ଟର ସଞ୍ଜୟ କୁମାର ବିଷୋୟୀ, ରବୀନ୍ଦ୍ର ଶବର, ଦୀପକ କୁମାର ପ୍ରଧାନ, ଅଭିମନ୍ୟୁ ଗୌଡ଼, ଦ୍ଵିତୀକୃଷ୍ଣ ପ୍ରଧାନ, ଶ୍ରୀଧର ଆଚାରୀ, କେ. ମୋହନ ରାଓ, ଜି. ଜଗଦୀଶ, ଦାଶରଥୀ ରେଡ଼ି, ବିଶିକେଶନ ସାହୁ, କବିତା ପ୍ରଧାନ, ଚିଟି, ପାପା, ପ୍ରମୋଦ କୁମାର ସାମନ୍ତ, କେ. ଚନ୍ଦ୍ରମା, କାର୍ୟାମ୍ମା ରେଡି, ନାରାୟଣ ରାଓ, ପ୍ରେମାନନ୍ଦ ବୌଧୁରୀ, ଋତୁରାଜ ଶବର ପ୍ରମୁଖ ସ୍ମୃତିଚାରଣ କରିବା ସହ ବାକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ, ରୋଶନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.