ନୂଆଁଖାଇ ଉପଲକ୍ଷେ ଶାଢ଼ି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦୀବାହାଲ ଗ୍ରାମରେ ଏମରଜିଙ୍ଗ ସଂଗଠନ ତରଫରୁ ଗ୍ରାମର ଅସହାୟ, ନିରୀହ, ବିଧବା ମାଁ ଭଉଣୀଙ୍କୁ ନୂଆଁଖାଇ ଉପଲକ୍ଷେ ଶାଢ଼ି ବଣ୍ଟନ କରାଯାଇଛି । ଉକ୍ତ ସଂସ୍ଥାର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳକ ତ୍ରିଲୋଚନ ବାଗଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ଲଛମନ ବାଗ, କଷ୍ଟ ତନ୍ତୀ, ତେଜରାଜ ବାଗ, ପାର୍ଥ ବାଗ, ବିଷ୍ଣୁ ସାର ପ୍ରମୁଖ ମଂଚାସୀନ ଥିଲେ । ଏ ଅବସରରେ ଗାଁର ପ୍ରାୟ ୮୦ ମହିଳାଙ୍କୁ ଶାଢ଼ୀ ବଣ୍ଟନ କରାଯାଇଥିଲା । ଶ୍ରୀମତୀ ସୁମି ବାଗ ଓ ବାଦୀବାହାଲ ଶାଖା ଅଧିକାରୀ ଦିବ୍ୟବନ୍ତ ବାଗ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଏଥିରେ ଗ୍ରାମର ବହୁ ଭଦ୍ରବ୍ୟକ୍ତି ଉପସ୍ଥିତ ହୋଇ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.