କତରଲଗା ଗ୍ରାମରେ ବିବାହିତା ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ଥାନାରେ ମାମଲା ରୁଜ୍ଜୁ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଞ୍ଚାୟତ କତରଲଗା ଗ୍ରାମର ଜଣେ ବିବାହିତା ମହିଳା(୩୩) ବର୍ଷଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଏସମ୍ପର୍କରେ ଥାନାରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ଜଣାପଡିଛି । ଗତ ୦୯ ତାରିଖ ସୋମବାର ନୁଆଁଖାଇ ବାସି ଦିନ ସନ୍ଧ୍ୟାରେ ସଂପୃକ୍ତ ବିବାହିତା ଜଣଙ୍କ ଘରେ ଏକା ଥିଲେ । ସେହି ସମୟରେ ଗ୍ରାମର ଋଷ ବାଗଙ୍କ ପୁଅ ଛନକ ବାଗ ତାଙ୍କ ଘରକୁ ଆସି ମହିଳାଙ୍କ ସ୍ଵାମୀଙ୍କ ନାଁ ଧରି ପଚାରିଥିଲା । ସ୍ଵାମୀ ଘରେ ନାହାଁନ୍ତି ବୋଲି ମହିଳାଜଣଙ୍କ କହିବାରୁ ସେ ମହିଳାଙ୍କ ହାତ ଧରି ଘର ଭିତରକୁ ଟାଣିନେଇଥିଲା । ମୁଁ ତୋତେ ଆଜି ଛାଡ଼ିବି ନାହିଁ କହି ସେ ମହିଳା ପିନ୍ଧିଥିବା ଶାଢ଼ୀକୁ ଟଣାଓଟରା କରିଥିଲା । ସେ ବିରୋଧ କରିବାରୁ ତାଙ୍କୁ ଧମକଚମକ ଦେଇ ଏ କଥା କାହାକୁ କହିଲେ ଜୀବନରୁ ମାରିଦେବି ବୋଲି ଧମକ ଦେଲା । ସେ ଲୋକଠାରୁ ବହୁ କଷ୍ଟରେ ମୁକୁଳି ସେ ଘର ବାହାରକୁ ଚାଲି ଆସିବାରୁ ସେ ବଡ ଅଘଟଣରୁ ବର୍ତ୍ତି ଯାଇଥିଲେ । ପରେ ତାଙ୍କ ସ୍ଵାମୀଙ୍କୁ ଜଣାଇ ମହିଳାଜଣଙ୍କ ନ୍ୟାୟ ପାଇଁ ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଥିଲେ । ମହିଳାଙ୍କ ଏତଲା ଆଧାରରେ ପୁଲିସ କେଶ ନଂ ୨୮୮/୨୪ ରୁଜ୍ଜୁ କରି ଅଭିଯୁକ୍ତ ଛନକକୁ ଆଣି ଅଧିକ ପଚରାଉଚରା ପରେ ନୋଟିସ୍‌ ଦେଇ ଛାଡି ଦିଆଯାଇଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.