କେସିଙ୍ଗା ରେଞ୍ଜ ଅନ୍ତର୍ଗତ ପଲମର ଝାରପଡ଼ା ଠାରେ ହାତୀ ଉପଦ୍ରବ

କେସିଙ୍ଗା, (ପ୍ରୀତେଶ ପଟେଲ) : ଗତ କିଛିଦିନ ହେଲା କେସିଙ୍ଗା ରେଞ୍ଜର ଝାରପଡା, ତିଙ୍ଗାଲିମୁଣ୍ଡା, ମହଙ୍ଗା, ଗଙ୍କାପଡାରେ କ୍ଷୟକ୍ଷତି ଘଟାଇଛନ୍ତି ଜଂଗଲୀ ହାତୀପଲ । ଏକ ହାତୀପଲ ସନ୍ଧ୍ୟା ହେଲେ ଗାଁମୁହାଁ ହେଉଛନ୍ତି । ଗାଁର ଚାଷଜମିରେ ପଶି ଧାନ ଓ କପା ଫସଳ ନଷ୍ଟ କରୁଥିବା ଦେଖିବାକୁ ମିଳିଛି । ଭୟଭୀତ ଅବସ୍ଥାରେ ଗ୍ରାମବାସୀ, ଚିନ୍ତାରେ ରହିଛି ଚାଷୀ । ଋଣ କରି ଏକର ଏକର ଜାଗାରେ ଚାଷ କରିଥିଲେ, ଏବେ ହାତୀ ନଷ୍ଟ କରି ଦେଇଛି । କେମିତି ନିଜ ଫସଲ ବଞ୍ଚାଇବେ ଓ କେମିତି ଋଣ ସୁଝିବେ ସେନେଇ ଚାଷୀ ଚିନ୍ତାରେ ପଡ଼ିଛି । ହାତୀପଲକୁ ଘୋଡାଇବାକୁ ବନବିଭାଗ କର୍ମଚାରୀଙ୍କୁ ଅନୁରୋଧ କରିବା ସହିତ ହୋଇଥିବା କ୍ଷୟକ୍ଷତିର ଭରଣା ଦେବା ପାଇଁ ସରକାରଙ୍କୁ ଚାଷୀମାନେ ଗୁହାରି କରିଛନ୍ତି । ସୂଚନା ଯୋଗ୍ୟ ଯେ, ଗତ କିଛି ମାସ ତଳେ ହାତୀ ଘୋଡାଇବାକୁ ଯାଇଥିବା ଏକ ରେଞ୍ଜରଙ୍କୁ ହାତୀ ଦଳି ମାରିଦେଇଥିଲା । କେବେ ଏହି ହାତୀପଲକୁ ବନବିଭାଗ ଘୋଡ଼ାଇବାରେ ସଫଳ ହେବ ତାହା ଦେଖିବାକୁ ବାକି ଥିବାବେଳେ ସରକାରୀ ସାହାଯ୍ୟକୁ ଅନାଇ ବସିଛି ଚାଷୀ । ଯଦି ସାହାଯ୍ୟ ନମିଳେ ତାହେଲେ ଋଣ ଗ୍ରସ୍ତ ଚାଷୀ ଆତ୍ମହତ୍ୟା କରିବେ ବୋଲି ଜଣେ ଚାଷୀ ମଧ୍ୟ କହିଛନ୍ତି ।

Leave A Reply

Your email address will not be published.