ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ଘେରାଉ କଲେ ମାଲଗୋଦାମପଡାବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଲଗୋଦାମପଡା଼ରେ ହୁ ହୁ ଜଳୁଛି ଅସନ୍ତୋଷର ନିଆଁ । ନିରଜ ହରପାଲ ହତ୍ୟାକାଣ୍ଡ ଘଟଣା ପରେ ଏବେ ସାରା ମାଲଗୋଦାମପଡା ଏକ ପ୍ରକାର ଅଶାନ୍ତ ହୋଇପଡ଼ିଛି । ହତ୍ୟାକାଣ୍ଡରେ ସାମିଲ୍‌ ଥିବା ଅଭିଯୋଗରେ ଜେଲ୍‌ ଯାଇଥିବା ଦ୍ରୋଣ କୁମ୍ଭାର ଓ ତାଙ୍କର ପରିବାର ଲୋକଙ୍କ ବିରୋଧରେ ପଡାବାସୀ ଏକତ୍ରିତ ହୋଇ ସ୍ୱର ଉତ୍ତୋଳନ କରିଛନ୍ତି । ଏନେଇ ଆଜି ପୂର୍ବାହ୍ନରେ ମାଲଗୋଦାମପଡ଼ା ବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ଦ୍ରୋଣ କୁମ୍ଭାରଙ୍କ ଘର ଭଙ୍ଗାଯିବାକୁ ଦାବି କରିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଗତ ସୋମବାର ରାତିରେ ନିରଜ ହରପାଲ ଓ ଅନ୍ୟ ୨ ଜଣ ଆକ୍ରମଣର ଶିକାର ହୋଇଥିବା ବେଳେ ନିରଜଙ୍କ ପ୍ରାଣହାନୀ ଘଟିଥିଲା । ଅନ୍ୟ ୨ ଜଣ ଗୁରୁତର ହୋଇ ପଡ଼ିଥିଲେ । ଏହି ଘଟଣାରେ ଦ୍ରୋଣ କୁମ୍ଭାର ଓ ତାଙ୍କ ପରିବାର ଲୋକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଏତିକି ବେଳେ ଆଜି ପୂର୍ବାହ୍ନରେ ଉତ୍ୟକ୍ତ ପଡାବାସୀ ମିଶି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବା ସହିତ ଦ୍ରୋଣ କୁମ୍ଭାରଙ୍କ ଘର ଭାଙ୍ଗିବା ସହ ସେମାନଙ୍କୁ ସୁରକ୍ଷା ଦିଆଯିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.