ମହିଳାଙ୍କ ଜୀବନ ବଞ୍ଚାଇଲେ ୨ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ବବଜା ଗ୍ରାମର ବସୁଧା ବିଶ୍ୱାଲ ଜ୍ଞାନିକ ସମସ୍ୟା ହେତୁ ଭୀମଭୋଇ ମେଡିକାଲ ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ ଅଭାବରୁ ଡାକ୍ତର ତାଙ୍କୁ ଜରୁରିକାଳୀନ ପରିସ୍ଥିତିରେ ୩ ୟୁନିଟ ରକ୍ତଦେବା ପାଇଁ ପରାମର୍ଶ ଦେଇଥିଲେ । ବସୁଧାଙ୍କ ଭାଇ ଲୋକେଶ ବିଶ୍ୱାଲ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜକୁ ୩ ୟୁନିଟ ରକ୍ତ ପାଇଁ ସହଯୋଗ ମାଗିଥିଲେ । ଜିଲ୍ଲା ଯୁବ ସଭାପତି ତଥା ପ୍ରକୃତି ମିତ୍ର ଅସୀମ କୁମାର ଭୋଇଙ୍କ ସହଯୋଗ କ୍ରମେ ଯୁବ ସଂଗଠନର ସଦସ୍ୟ ଦିପକ ପ୍ରଧାନ ଓ ଶଶିକାନ୍ତ ବିଶ୍ୱାଲ ଭାମଭୋଇ ହସ୍‌ପିଟାଲକୁ ଆସି ରକ୍ତଦାନ କରିଥିଲେ । ଯୁବ କୁଲୁତା ସମାଜର ଅନବରତ ଲାଗି ରହିଥିବା ଏଭଳି ସେବା ମନୋଭାବ କାର୍ଯ୍ୟକ୍ରମକୁ ବବଜା ଗ୍ରାମବାସୀ ଭୁୟଂସି ପ୍ରଶଂସା କରିବା ସଙ୍ଗେ ସର୍ବ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଅତଏବ ଅହଂ ଭାବ ଦୂର କରି ଆସନ୍ତୁ ସମସ୍ତେ ରକ୍ତ ସଂପର୍କରେ ଏହି ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସହ ବାନ୍ଧି ହେବା ଓ କୁଲୁତା ସମାଜକୁ ନେଇ ରକ୍ତଦାନ କ୍ଷେତ୍ରରେ ଇତିହାସ ସୃଷ୍ଟି କରିବା ବୋଲି ଅସୀମ ଭୋଇ ଯୁବ ସମାଜକୁ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.