ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ନକ୍‌ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ପକ୍ଷରୁ ୧୪ ଗୋଟି ପଡିଆରେ ଉଦ୍‌ଘାଟନୀ ମ୍ୟାଚ ହୋଇଯାଇଛି । ମିଶନ ପଡିଆରେ ଏନ୍‌ଏସ୍‌ ସ୍ପେଟିଂ ୨-୦ ଗୋଲରେ ବରକାନି ଏଫ୍‌ସିକୁ ହରାଇ ବିଜୟୀ ହୋଇଛି । ଲୋଇସିଂହା ମିନି ଷ୍ଟାଡିୟମରେ ବିଡିଏଫ୍‌ସି ଲୋଇସିଂହା ୧-୦ ଗୋଲରେ ସକ୍‌ମାକୁ ହରାଇ ବିଜୟୀ ହୋଇଛି । ହଲଦି ପଡିଆରେ ଚିକିନିବାହଲି ୧-୦ ଗୋଲରେ ଜୁଗିରତାକୁ ହରାଇ ବିଜୟୀ ହୋଇଛି । ମୁରିବାହାଲ ପଡିଆରେ ଜେଏଫ୍‌ଟି ଘୁଷୁରାମୁଣ୍ଡା ୧-୦ ଗୋଲରେ ସାନ ଝାଙ୍କରପାଲିକୁ ହରାଇ ବିଜୟୀ ହୋଇଛି । ସିଟି ସ୍କୁଲ ଟିଟିଲାଗଡ ପଡିଆରେ ଗୁଲ୍‌ମି ୨-୦ ଗୋଲରେ ମନିଂ କ୍ଲବ ଟିଟିଲାଗଡକୁ ହରାଇ ବିଜୟୀ ହୋଇଛି । ଖୋଲାନ ପଡିଆରେ କୁରସୁଡ ୬-୦ ଗୋଲରେ ଖୋଲାନ ଏ କୁ ହରାଇ ବିଜୟୀ ହୋଇଛି । ଜରାସିଂହା ମିନି ଷ୍ଟଡିୟମରେ କରେଲଧୁଆ ୨-୧ ଗୋଲରେ ଚନ୍ଦ୍ରପୁରକୁ ହରାଇ ବିଜୟୀ ହୋଇଛି । ଚୁଡାପାଲି ପଡିଆରେ କୁଟୁମଡୋଲା ଟ୍ରାଇବ୍ରେକର ୫-୪ ଗୋଲରେ ରେଙ୍ଗଟାସିଲକୁ ହରାଇ ବିଜୟୀ ହୋଇଛି । ଟିକ୍ରାପଡା ପଡିଆରେ କଦଲିମୁଣ୍ଡା ୫-୦ ଗୋଲରେ ଗୁଡିଘାଟକୁ ହରାଇ ବିଜୟୀ ହୋଇଛି । ପଲ୍ଲିଶ୍ରୀ ଷ୍ଟଡିୟମ୍‌ ସଦାଇପାଲି ଠାରେ ସାଇଟ କଲେଜ ଟ୍ରାଇବ୍ରେକର ୫-୪ ଗୋଲରେ ଛତାବାହଲକୁ ହରାଇ ବିଜୟୀ ହୋଇଛି । ଟାଉନ ହାଇସ୍କୁଲ ପଡିଆରେ ରିଜର୍ଭ ପୋଲିସ ୩-୦ ଗୋଲରେ ରୟ ସ୍ପୋଟିଂକୁ ହରାଇ ବିଜୟୀ ହୋଇଛି । ଖୁଜେନପାଲି ପଡିଆରେ ସୁଦପଡା ଏଫସି ୧-୦ ଗୋଲରେ ରିସାନ କାଲସାଏପାଲିକୁ ହରାଇ ବିଜୟୀ ହୋଇଛି । ପାଟଣାଗଡ ହାଇସ୍କୁଲ ପଡିଆରେ କୁତମୁଣ୍ଡା ୫-୧ ଗୋଲରେ ଜବାହାରଲାଲ କଲେଜକୁ ହରାଇ ବିଜୟୀ ହୋଇଛି । ବଙ୍ଗୋମୁଣ୍ଡା ମିନି ଷ୍ଟାଡିୟମରେ ଚୁଲିଫୁଙ୍କା ୧-୦ ଗୋଲରେ ଝଲପକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବରେ କ୍ରୀଡା ସଂସଦର ଉପ ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ପଦ୍ମ ଚରଣ ଆଚାର୍ୟ୍ୟ ଓ ଶତୃଘ୍ନ ସିଂ, କୋଷାଧ୍ୟକ୍ଷ ପ୍ରଭାତ କୁମାର ମିଶ୍ର, ସଦସ୍ୟ ଜୟରାମ ମିଶ୍ର, ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ଡାଃ. ସିଦ୍ଧେଶ୍ୱର ମିଶ୍ର ଓ ଶ୍ରୀକାନ୍ତ ରାଉତ ମିଶନ ପଡିଆରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଟୁର୍ଣ୍ଣମେଣ୍ଟକୁ ଉଦ୍‌ଘାଟନ କରିଥିଲେ । ଲୋଇସିଂହା ପଡିଆରେ ଦିଲିପ ବେହେରା, ଖୁଜେନପାଲି ପଡିଆରେ ଯୁଧିଷ୍ଟିର ସିଂ, ମୁରିବାହାଲ ପଡିଆରେ ତହସିଲଦାର ଜଗଦିଶ କାତାନ୍ନି, ଘେନୁରାମ ତାଣ୍ଡି, ଶ୍ରୀପତି ଷାଣ୍ଢ, ରାମାଞ୍ଜନ ପାତ୍ର, ପାଟଣାଗଡ ପଡିଆରେ ମହିଳା କଲେଜ ଅଧ୍ୟକ୍ଷ ଉତ୍ତମ ଠାକୁର, ସଦାଇପାଲି ପଡିଆରେ ଶ୍ରଦ୍ଧାନନ୍ଦ ଦେଉରା ଓ ସନ୍ତୋଷ କୁମାର ବ୍ରହ୍ମା, ଟିଟିଲାଗଡ ପଡିଆରେ ପୂର୍ବତନ ଫୁଟବଲ ଖେଳାଳି ସଦାନନ୍ଦ ନାଏକ ଓ ହରି ଥପା, ହଲଦି ପଡିଆରେ ସୋମିନା ସେଠ ଓ ରମାରଂଜନ ସେଠ, ବଙ୍ଗୋମୁଣ୍ଡା ପଡିଆରେ ଆଇଆଇସି ସଂଜିବ କୁମାର ପ୍ରଧାନ, ଟାଉନ ହାଇସ୍କୁଲ ପଡିଆରେ ହୋଟେଲ ମାଲିକ ସଂଘ ସଭାପତି ଜୟନାରାୟଣ ପୁରୋହିତ ଓ ସଂପଦକ ରବି ରଂଜନ ପୁଝାରୀ, ଚୁଡାପାଲି ପଡିଆରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଘାସିରାମ ବେହେରା, ଲୋକନାଥ କୁମୁରା ଓ ଶରତ କୁମାର ନନ୍ଦ, ଜରସିଂହା ପଡିଆ କରୁଣାକର ମେହେର, ରାଜକିଶୋର ସେଠ ଓ କୈଳାସ କର୍ତ୍ତି, ଟିକ୍ରାପଡା ପଡିଆରେ ସରପଂଚ ନରେନ୍ଦ୍ର କଲେତ ଓ ଚନ୍ଦ୍ରମଣି ସିଂଦେଓ ଯୋଗ ଦେଇଥିଲେ । ଖେଳକୁ ଅବଦୁଲ ମୁଜିବ୍‌, ଜିତୁ ଦଲାଇ, ଉମେଶ ଭୋଇ, ଶୁଶାନ୍ତ ନାଗ, କରୁଣାକର ପ୍ରଧାନ, ମହେଶ ତ୍ରିପାଠି, ଅଞ୍ଜନ ଭେସ୍ରା, ଗୋପାଳ ପ୍ରଧାନ, ଆଶିଶ ଦେବ ସା, ରିଙ୍କୁ ବିଶି, ପାଣ୍ଡବ ବିଶି, ଆଶିର୍ବାଦ ସା, ଗଣେଷ ଭୋଇ, ଯୁବରାଜ ଭୋଇ, ଭୋଦେବ ଭୋଇ, ସାନ ଭୋଇ, ବିନୋଦ ପ୍ରଧାନୀ, ରାଜେଶ ସ୍ୱାଇଁ, ପ୍ରୀତମ ନାଏକ, ମୋହନ ପ୍ରଧାନୀ, ମଳୟ ଘିଭେଲା, କୁଶଦେବ ଆଡଜୁଏଡ, ଗୋପାଳ ଘିଭେଲା, କର୍ଣ୍ଣ ଭୋଇ, କୁନ୍ତେ ମେହେର, ଲକ୍ଷ୍ମୀଧର ମହାନ୍ତି, ପ୍ରଶାନ୍ତ ଥନାପତି, ମାନସ ବକୁଲ, ବିବଚ୍ଛ ମାଝି, ନିତେଶ କୁମାର ମାଝି, ଅକ୍ଷୟ ମାଝୀ, ସୀତାକାନ୍ତ ମାଝୀ, ପ୍ରଫୁଲ୍ଲ ବଗର୍ତ୍ତି, ଭରତ ଡାଙ୍ଗ, ବାଦଲ ରାଉତ, ସୁଦୟ ବାରିକ, ଖୁସିରାମ ମଲ୍ଲିକ, ଚନ୍ଦନ ତ୍ରିପାଠି, ଚୈତନ୍ୟ ସାହୁ, ରାଜେନ୍ଦ୍ର ସେଠ, ଦୁଷ୍ମନ୍ତ ସାହୁ, ଦୁଷ୍ମନ୍ତ ବେହେରା, ଡିସେମ୍ବର ଭୋଇ, ବୁଲୁ ମାଝି, ଦେବାଶିଷ ବାଗ, ବିକି ବିଶି, ସଞ୍ଜନ କୁଦେଇ, ନରସିଂ ସ୍ୱାମି ନାଇଡୁ, ବୈକୁଣ୍ଠ ଜେନା, ଜ୍ୟୋତି ମହାନନ୍ଦ, ପୁରୁଷୋତ୍ତମ ବୁଡେକ, ଜଳନ୍ଧର ସାହୁ, ସୁଧାଂଶୁ ସେଠ, ସୁଦର୍ଶନ ସେଠ, ସୁରେଶ ନାଏକ ଓ ସଂଜିବ ମହାରଣା ରେଫରି ଦାୟିତ୍ୱ ତୁଳାଇଥିଲେ । ୧୨ ତାରିଖ ଗୁରୁବାର ୧୬ ଗୋଟି ପଡିଆରେ ଖେଳ ହେବ ବୋଲି ସଂସଦର ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.