ଫ୍ରେଣ୍ଡସ ବ୍ଲକ ଆନୁକୂଲ୍ୟରେ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଭୁବନେଶ୍ଵରପୁର ଗ୍ରାମରେ ଫ୍ରେଣ୍ଡସ ବ୍ଲକ ଦ୍ୱାରା ଦୀର୍ଘ ୪ ଦିନ ଧରି ଗଣେଶ ପୂଜା ଓ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ବହୁ ଧୁମଧାମରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ନୂଆଁଖାଇ ଭେଟ୍‌ଘାଟ୍‌ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦିବ୍ୟରୂପା କଳା ପରିଷଦ, ଉଦିଁଆତାରା କଳା ପରିଷଦ ବରପାଲି, ମାଁ ସମଲେଶ୍ୱରୀ ଝୁମର ଦଳ, ସୁନ୍ଦରଗଡ କିଶାନ ଆଦିବାସୀ ନୃତ୍ୟ, ଅନୁଗୁଳର ଦୂର ଦୂରାନ୍ତରୁ କଳାକାରମାନେ ଆସି ନୃତ୍ୟ ପରିବେଷଣ କରିଥିଲେ । ଅଞ୍ଚଳର ଲୋକମାନଙ୍କୁ ଉଚିତ ଦିଗଦର୍ଶନ ଦେବାପାଇଁ କୋଶଳି କବି ସମ୍ମିଳନୀ ଆୟୋଜନ କରାଯାଇ କବି ହରିଲାଲ ସାହୁ, ଅଧିକାରୀ ସା, ସୁରେନ୍ଦ୍ର ଭୋଇ, ରାମଚନ୍ଦ୍ର ବାଗ ପ୍ରମୁଖ କୋଶଳି କବିତା ପଠନ କରି ଲୋକମାନଙ୍କୁ ଭରପୁର ମନୋରଞ୍ଜନ କରିଥିଲେ । ନୂଆଁଖାଇ ଭେଟ୍‌ଘାଟ୍‌ ଉତ୍ସବରେ ମୁଖ୍ୟ ଅତିଥି ପାଇକମାଲ ବିଡିଓ ପ୍ରଫୁଲ୍ଲ ଓଦୁ, ମୁଖ୍ୟବକ୍ତା ଭୁବନେଶ୍ଵରପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଭୀଷ୍ମଦେବ ପ୍ରଧାନ, ନରସିଂହ ପ୍ରଧାନ ଅତିଥି ଭାବରେ ଯୋଗଦେଇ ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଭୁବନେଶ୍ଵରପୁର ଫ୍ରେଣ୍ଡସ କ୍ଲବର ସଦସ୍ୟ ଦେବାଶିଷ ସାହୁ, ପଙ୍କଜ ସାହୁ, ଆଲୋକ ରଞ୍ଜନ ସାହୁ, ପ୍ରେମ କୁମାର ସାହୁ, ସୁରେନ୍ଦ୍ର ସାହୁ, ଗଜିନ ବାରିକ ପ୍ରମୁଖ ବହୁମାତ୍ରାରେ ସହଯୋଗ କରି ଅଞ୍ଚଳର ଲୋକମାନଙ୍କୁ ଭାତୃଭାବ ବଜାୟ ରଖିବାକୁ ସଂକଳ୍ପ କରି ଫ୍ରେଣ୍ଡସ କ୍ଲବର ସଭାପତି ବିକାଶ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.