jsm

ଦେବଙ୍ଗ ଗ୍ରାମରେ ବସ୍ତ୍ରାଣୀ ଫାର୍ମର ପ୍ରଡ୍ୟୁସର କଂପାନୀ ଲିମିଟେଡର ୩ୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ

csstore

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି(କ) ପଞ୍ଚାୟତ ଦେବଙ୍ଗ ଗ୍ରାମର ଫୁଟବଲ ପଡ଼ିଆରେ ସୋମବାର ବସ୍ତ୍ରାଣୀ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ଦ୍ୱାରା ୩ୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ପରିଷଦ ଉପସଭାପତି ମିଥିଳା ମାଝୀ, ସମ୍ମାନୀତ ଅତିଥି ରୂପେ କଣ୍ଟାବାଞ୍ଜି ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ରଞ୍ଜିତ କୁମାର, ଅନିଲ ବିଭାର, ମୁରିବାହାଲ ଏଓ କିଶୋର କୁମାର ଭୋଇ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଈଶ୍ୱର ଭୋଇ, ଗ୍ରାମର ସୁରେଶ କୁମାର ନେଉରା ଓ ୱାର୍ଡ ମେମ୍ବର ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଆଶା ସଂସ୍ଥାର ସମସ୍ତ ବିଓଡି ଦିଦିମାନେ ଉପସ୍ଥିତ ଥିଲେ । ଆଶା ଓଡ଼ିଶାର ପ୍ରୋଗ୍ରାମ ମ୍ୟାନେଜର ଟୁଟୁ ସେଠୀ, ଏଫ୍ସିଓ କୋର୍ଡିନେଟର ଶାନ୍ତନୁ କୁମାର ମେହେର, ଟିମ୍ ଲିଡର ଆକାଶ କୁମାର ମଣ୍ଡଳ, ବେଦାନ୍ତକ ଷଡ଼ଙ୍ଗୀ, ସ୍ଵୟଂଶୁ ଆଜ୍ଞା ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏହି ବୈଠକରେ ଜୈବିକ ଚାଷ କାର୍ଯ୍ୟ କରି ଚାଷୀ କିପରି ଉପକୃତ ହେବେ ସେ ଉପରେ ବିଶେଷ ଆଲୋଚନା କରାଯାଇଥିଲା । ଏହି ସଭା କାର୍ଯ୍ୟରେ ପ୍ରାୟ ୩ଶହରୁ ଅଧିକ ଚାଷୀ ଉପସ୍ଥିତ ଥିଲେ । ସୁରେନ୍ଦ୍ର ମନହିରା, ରବୀନ୍ଦ୍ର ଦାସ, ନରୋତ୍ତମ ତାଣ୍ଡି, ଯୋଗେନ୍ଦ୍ର ମେହେର, ଯୋଗେନ୍ଦ୍ର ପୁଟେଲ, ଲୀଳାବତୀ ଭୋଇ, ଆରତୀ ଥାଟି, ଗୋପବନ୍ଧୁ ବେହେରା, ଉଗ୍ରସେନ ସଗରିଆ, ଯୁଧିଷ୍ଟିର ମାଝୀ, ବିଦ୍ୟାଧର ସେଠୀ, ନୀଳକଣ୍ଠ ବାଗ ପ୍ରମୁଖ ସଭାକାର୍ଯ୍ୟରେ ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.