jsm

ବିଶିଷ୍ଟ ରଙ୍ଗମଞ୍ଚ କଳାକାର ତଥା ଗାନ୍ଧି ପାଠାଗାରର ବରିଷ୍ଠ ସଭ୍ୟ ପ୍ରଦୀପ ଚାନ୍ଦଙ୍କ ବିୟୋଗରେ ଶୋକସଭା

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧି ପାଠାଗାରର ବରିଷ୍ଠ ସଭ୍ୟ ତଥା ରଙ୍ଗମଞ୍ଚ କଳାକାର ଓ ନିର୍ଦ୍ଦେଶକ, ଟିକ୍ରାପଡା ରାମଲୀଳା କମିଟି ତଥା ରାମଜୀ ମନ୍ଦିର କମିଟି ସଭ୍ୟ, ଚାନ୍ଦ ମନ୍ଦିର ପ୍ରତିଷ୍ଠାତା ସ୍ୱର୍ଗତ ପ୍ରଦୀପ ଚାନ୍ଦଙ୍କ ବିୟୋଗରେ ଗାନ୍ଧି ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ସ୍ଥାନୀୟ ଗାନ୍ଧି ପାଠାଗାରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ପୀତବାସ ପଣ୍ଡା, ନୀଳମଣି ମିଶ୍ର, ପାଠାଗାରର ସଂପାଦକ ପ୍ରଦୀପ ସାହୁ, ଉପସଭାପତି ସନ୍ତକ ବହିଦାର ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ । ସେ ଜଣେ ଦକ୍ଷ ସଂଗଠକ ତଥା ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ସହ ସମସ୍ତ ନୀତିକାନ୍ତି ନିଷ୍ଠାର ସହ କରି ଆସୁଥିଲେ ଏବଂ ତାଙ୍କର ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ବୋଲି ବୈଠକରେ ସମସ୍ତେ ମତ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ପ୍ରଭୁ ସାହସ ଦେବା ସହ ସମବେଦନା ଜ୍ଞାପନ କରାଯାଇଥିଲା ।

yuvodaya
Leave A Reply

Your email address will not be published.