csstore

ପଶ୍ଚିମ ଓଡିଶା ପୁରାଣ ପଣ୍ଡା ମହାସଂଘର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ପୁରାଣ ପଣ୍ଡା (ଗାୟକ) ମହାସଂଘର ଏକ ବୈଠକ ନୃସିଂହମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାର ଗାୟକମାନେ ବୈଠକରେ ଯୋଗଦେଇଥିଲେ । ଏକ ମାନସ ଯଜ୍ଞ କରିବା ପାଇଁ ସ୍ଥିରିକୃତ ହୋଇଥିଲା ଓ ଏହାର ପୁଙ୍ଖାନୁପଙ୍ଖ ଆଲୋଚନାରେ ସଭ୍ୟମାନେ ଅଂଶଗ୍ରହଣ କରିଥିଲେ । ଉକ୍ତ ବୈଠକରେ ସାଂସ୍କୃତିକ କଳା ପରିଷଦ ଅଧ୍ୟକ୍ଷ ଲକ୍ଷ୍ମୀଧର ସାହୁ ଓ ଚୌଦ୍ୱାର ପୂର୍ବତନ ବିଧାୟକ ମୋବାଇଲ ଯୋଗେ ବାର୍ତ୍ତାଳାପ କରିଥିଲେ ଏବଂ ବ୍ରାହ୍ମଣ ସାଧୁ ଝାଙ୍କରପାଲି, ଲୋଇସିଂହା ହନୁମାନ ମନ୍ଦିର ସାଧୁ, ବଳଦେବ ପାଣିଗ୍ରାହୀ, ଗିରିଧାରୀ ଶତପଥି, ବ୍ରାହ୍ମଣ ମହାସଭାର ସଭାପତି ଧନଞ୍ଜୟ ମିଶ୍ର, ପଶ୍ଚିମ ଓଡିଶା ପୁରାଣ ପଣ୍ଡା ସଭାପତି ସୁରେନ୍ଦ୍ର କୁମାର ତ୍ରିପାଠି ଓ ସଂପାଦକ ସୁରେନ୍ଦ୍ର ପାଣି, କୋଷାଧ୍ୟକ୍ଷ କିଶୋର କୁମାର ମିଶ୍ର, ବୈଦ୍ୟନାଥ ମିଶ୍ର, ନରସିଂହ ତ୍ରିପାଠି, ସରୋଜ ବେଦବାକ୍‌, ସଚ୍ଚିଦାନନ୍ଦ ମହାପାତ୍ର, ଗିରିଧାରୀ ମିଶ୍ର, ବଟୁ ଯୋଷି, ଗୌରାଙ୍ଗ ପୁରୋହିତ, ଯଦୁମଣି ତ୍ରିପାଠି, ରାଜେନ୍ଦ୍ର ପଣ୍ଡା, ବାବୁଲା ମିଶ୍ର, ଯୋଗିରାମ ପାଣି, ଶମ୍ଭୁ ପ୍ରସାଦ ମିଶ୍ର, ଯୋଗେନ୍ଦ୍ର ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.