ଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜନ୍ମ ମାସର, ଭାଦ୍ରବ ସତସଂଗ, ଜଟଣୀ ସତସଙ୍ଗ ବିହାର ଆନୁକୂଲ୍ୟରେ, ରମେଶ ଚନ୍ଦ୍ର ସ୍ୱାଇଁ, ଯୋରକଣୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କ ସହ ପ୍ରତି ଋତ୍ଵିକ ଶରତ ଚନ୍ଦ୍ର ପଣ୍ଡା, ପ୍ରଫେସର ଆଇ.ଆଇ.ଟି ଭୁବନେଶ୍ଵର ଉକ୍ତ ସତସଂଗରେ ଅଧ୍ୟକ୍ଷତା କରିଥିଲେ । କମଳ ଲୋଚନ ବେହେରା ଏବଂ ରେଳବାଇ ଅଧିକାରୀ ଜ୍ଞାନ ରଞ୍ଜନ ନାୟକ ଠାକୁରଙ୍କ
ଭାବଧାରା ଉପରେ ଆଲୋଚନା ରଖିଥିଲେ । ସୁନ୍ଦର ଭଜନ, କୀର୍ତ୍ତନ ସହ ଅନେକ ମାଁ, ଗୁରୁଭାଇ, ବନ୍ଧୁବାନ୍ଧବମାନେ ସତସଙ୍ଗରେ ଯୋଗଦାନ ପୂର୍ବକ ଠାକୁରଙ୍କର ଅମୀୟ ଆର୍ଶିବାଦ ଲାଭ କରିଥିଲେ ।

Leave A Reply

Your email address will not be published.