oom

କତରଲଗାରେ ବାଇକ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର : ଉଦ୍ଧାର କଲେ ସ୍ଵେଚ୍ଛାସେବୀ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଇଚ୍ଛାପଡ଼ା ପଂଚାୟତ ଝାରଖମାର କତରଲଗା ରାସ୍ତା କତରଲଗା ସାପ୍ତାହିକ ବଜାର ନିକଟରେ ଶନିବାର ସନ୍ଧ୍ୟାରେ ବାଇକ୍ ଆଉ ସାଇକେଲ ଦୁର୍ଘଟଣାଗସ୍ତ ହୋଇଥିଲା । ଝାରଖମାର ପଟୁ ସାଇବିନ୍ଧା ଗାଁର ଜଣେ ବୟସ୍କ ବ୍ୟକ୍ତି ନିଜ ସାଇକେଲରେ ମୁଢ଼ି ନେଇ ନିଜ ଗାଁକୁ ଫେରୁଥିବା ବେଳେ ସେହି ପଟୁ ଡକରା ଗାଁର ଭଗବାନ ଭୋଇ ନାମକ ଜଣେ ବ୍ୟକ୍ତି ନିଜ ବାଇକ୍‌ରେ ଆସୁଥିବା ବେଳେ ଗାଡ଼ିର ଭାରସାମ୍ୟ ହରାଇ ପଛପଟୁ ସାଇକେଲ ଚାଳକକୁ ଧକ୍କା ଦେବା ଫଳରେ ଦୁହେଁ ରାସ୍ତାରେ ପଡ଼ିଯାଇଥିଲେ । ଯାଦ୍ଵାରା ସାଇକେଲ ଚାଳକଙ୍କ ହାତ ଗୋଡ଼ରେ ଖଣ୍ଡିଆ ହୋଇଥିବା ବେଳେ ଗାଡ଼ି ଚାଲକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣା ଜାଣିବା ପରେ କତରଲଗା ଗାଁର ଯୁବ ନେତା ଏକାଦଶୀ ନାଗ ଓ ସ୍ଵେଚ୍ଛାସେବୀ ଉମେଶ କୁମାର ବନଗୁଲା ଆମ୍ବୁଲେସକୁ ଯୋଗାଯୋଗ କରି ଉଭୟଙ୍କୁ ଉଦ୍ଧାର କରି କଣ୍ଟାବଞ୍ଜି ମେଡିକାଲକୁ ପଠାଇଥିଲେ । ଏହି ମହତ କାର୍ଯ୍ୟରେ ଗାଁର ଶେଷଦେବ ବାଗ, ବିନୋଦ ରାଉତ, ସିଦ୍ଧାନ୍ତ ଠାକୁର, ରବୀନ୍ଦ୍ର ଠାକୁର ପ୍ରମୁଖ ଯୁବକ ଉଦ୍ଧାରରେ ସହଯୋଗ କରିଥିବା ଜଣାପଡିଛି ।

jittmm
Leave A Reply

Your email address will not be published.