“ଏକ ପେଡ୍ ମାଁ କେ ନାମ୍” : ବୁଢ଼ୀପଦରରେ ବିଶ୍ଵ ପରିବେଶ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ତଥା ପଞ୍ଚାୟତ ସମିତି, ଲୋଇସିଂହା ତରଫରୁ ବୁଢ଼ୀପଦର ଖେଳପଡିଆ ଠାରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଲୋଇସିଂହା ବିଡ଼ିଓ ଅକ୍ଷୟ ପାଣିଉଡୁ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ଏଥି ସହିତ ଜନ୍ମଦାତ୍ରୀ ମା’ ଙ୍କ ଉଦ୍ଦେଶ୍ୟରେ ଗୋଟିଏ ଚାରା ରୋପଣ ପୂର୍ବକ “ଏକ ପେଡ, ମାଁ କେ ନାମ୍” ଉକ୍ତିକୁ ସାର୍ଥକ କରି ପରିବେଶକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଦିଗରେ ପ୍ରତ୍ୟେକ ଯତ୍ନବାନ ହେବା ସକାଶେ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ବେହେରା, ସମାଜସେବୀ ଯୁଧିଷ୍ଠିର ପଧାନ, ସୀତାରାମ ପଧାନ, ଯୋଗାଣ ସହାୟକ, ଏମ୍‌ବିକେ, ସିଆର୍‌ସି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.