ବଲାଙ୍ଗିର ଜିଲ୍ଲାରେ ଆଜି ୨୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୧୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୨୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳରେ ୱାର୍ଡ ନଂ.୨ରୁ ୬ ଜଣ ଓ ୱାର୍ଡ ନଂ. ୭, ୧୧, ୧୨ ଓ ୧୪ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ଦେଓଗାଁ ବ୍ଲକ ବଡବନ୍ଧ ଗ୍ରା.ପ.ରୁ ୩ ଜଣ, ରାମଚନ୍ଦ୍ରପୁର ଗ୍ରା.ପ.ରୁ ୨ ଜଣ, କୁତୁର୍ଲା, ସିଂହାମୁଣ୍ଡା ଏବଂ ଦେଷଣ୍ଢ ଗ୍ରା.ପ.ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ସେହିପରି ବେଲପଡ଼ା ବ୍ଲକ ଘାଗୁର୍ଲି ଗ୍ରା.ପ.ରୁ ଜଣେ, ଖପ୍ରାଖୋଲ ବ୍ଲକ ଘୁନସର ଓ ମାଲପଡ଼ା ଗ୍ରା.ପ.ରୁ ଜଣେ ଲେଖାଏଁ, ପୁଇଁନ୍ତଲା ବ୍ଲକ ବହଲପଦର ଗ୍ରା.ପ.ରୁ ଜଣେ, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୨ରୁ ଜଣେ, ତୁରେକେଲା ବ୍ଲକ ତୁରେକେଲା ଗ୍ରା.ପ.ରୁ ୨ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ଏବେ ଜିଲ୍ଲାରେ ୧୪୧ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.