ମାରୱାଡି ସେବା ସଦନରେ ସ୍ୱାଧିନତା ଦିବସ ପାଳିତ

  • ତ୍ରିରଙ୍ଗା ଉତ୍ତୋଳନ କଲେ ନରସିଂହ
  • ସମାଜିକ ଏବଂ ଅର୍ଥନୈତିକ ଅସାମନତା ଗଣତନ୍ତ୍ର ପ୍ରତି ବିପଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶବାସୀ ସାରା ଦେଶରେ ୭୮ତମ ସ୍ୱାଧିନତା ଦିବସ ପାଳନ କରୁଛନ୍ତି । ଏହି କ୍ରମରେ ଆଜି ବଲାଙ୍ଗିର ସହର ସ୍ଥିତ ମାରୱାଡି ସେବା ସଦନ ଠାରେ ସ୍ଥାନୀୟ ମାରୱାଡି ସମାଜ ତରଫରୁ ୭୮ତମ ସ୍ୱାଧିନତା ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉପସ୍ଥିତ ମାରୱାଡି ସମାଜକୁ ସ୍ୱାଧିନତା ଦିବସର ଅଭିନନ୍ଦନ ଜଣାଇବା ସହ ଦୀର୍ଘ ବର୍ଷର ଦେଶ ସ୍ୱାଧିନତା ପରେ ମଧ୍ୟ ବର୍ତ୍ତମାନ ଦେଶରେ ଦେଖାଦେଇଥିବା ସାମାଜିକ ଏବଂ ଅର୍ଥନୈତିକ ବିଷମତା ଦେଶର ସମ୍ବିଧାନ ପ୍ରତି ଘୋର ବିପଦ ସୃଷ୍ଟି କରିପାରେ ବୋଲି କହିଥିଲେ । ତେଣୁ ସରକାର ଯିଏ ବି ଥାଉ ନା କାହିଁକି ଲୋକଙ୍କ ଭିତରେ ସମାନ ଭାବରେ ସମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ଯେପରି ଠିକ୍ ଭାବେ ହୋଇପାରିବ ତା ଉପରେ ପଦକ୍ଷେପ ନେଲେ ହିଁ ଦେଶବାସୀ ପ୍ରକୃତ ସ୍ୱାଧିନତାର ସ୍ୱାଦ ପାଇ ପାରିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଉପସ୍ଥିତ ମାରୱାଡି ସମାଜର ସମସ୍ତ ସଦସ୍ୟ, ସଦସ୍ୟା ଜାତୀୟ ସଂଗୀତ ଗାନ କରିବା ସହ ଦେଶ ସ୍ୱାଧିନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷମାନଙ୍କ ସ୍ମୃତିଚାରଣ କରିଥିଲେ । ଆଜି ଅନୁଷ୍ଠିତ ଏହି ସ୍ୱାଧିନତା ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ନକୁଳ ଅଗ୍ରୱାଲ, ବିଷ୍ଣୁ ପ୍ରସାଦ କେଡିଆ, ବଜରଂଗ ଅଗ୍ରୱାଲ, ମାରୱାଡି ସେବା ସମ୍ମେଳନର ସଭାପତି ସଂଜୟ ଅଗ୍ରୱାଲ (ଅନୁ), ସଂପାଦକ ଗଜାନନ ଅଗ୍ରୱାଲ, ଯୁବାମଂଚ ସଭାପତି ରାଜେଶ ଅଗ୍ରୱାଲ ଓ ରିତେଶ ଅଗ୍ରୱାଲ, ଆଶିଷ ଚୌଧୁରୀ, ମାରୱାଡି ମହିଳା ସମିତି ରାଜ୍ୟ ସଭାପତି ବବିତା ଅଗ୍ରୱାଲ, ବଲାଙ୍ଗିର ଶାଖା ସଭାପତି ଲକ୍ଷ୍ମୀ ଅଗ୍ରୱାଲ, ରମେଶ ଅଗ୍ରୱାଲଙ୍କ ସହ ସମସ୍ତ ସଦସ୍ୟ, ସଦସ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.