ରାଷ୍ଟ୍ରୀୟ କବି ସଂଗମ ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ‘ଏକ୍ ଶାମ୍ ତିରଂଗେ କେ ନାମ୍’ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ କବି ସଂଗମ ବଲାଙ୍ଗିର ଜିଲ୍ଲା ଶାଖା ପକ୍ଷରୁ ‘ଏକ୍ ଶାମ୍ ତିରଂଗେ କେ ନାମ୍’ କାର୍ଯ୍ୟକ୍ରମ ଅନୁଷ୍ଠାନର ମହାମନ୍ତ୍ରୀ ରାଜମଣି ସାହୁଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୧୫ ତାରିଖ ସଂଧ୍ୟା ୫ଟା ସମୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଂଯୋଜକ ଆଶୁକବି ହେମନ୍ତ ଦାଶଙ୍କ ସଭା ସଞ୍ଚାଳନରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ କବି ସଂଗମ ଓଡିଶା ପ୍ରାନ୍ତର ଉପଦେଷ୍ଟା ତଥା ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ତୁଳସୀ ଜୈନ ଯୋଗ ଦେଇଥିଲେ । ଆମକୁ ରାଜନୈତିକ ଆଜାଦୀ ନୁହେଁ, ବରଂ ଆମକୁ ଧାର୍ମିକ ଆଜାଦୀ ଆବଶ୍ୟକ ବୋଲି ଶ୍ରୀ ଜୈନ ମତ ପୋଷଣ କରିଥିଲେ । ମୁଖ୍ୟବକ୍ତା ଭାବେ କୋସଲ ସାହିତ୍ୟ ଏକାଡେ଼ମୀର ସଭାପତି ଦେବେନ୍ଦ୍ର ନାଏକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡ. ସୁଧାଂଶୁ ମେହେର, କସ୍ତୁରୀ ରଥ ଓ ସଂଯୁକ୍ତା ପରିଚ୍ଛା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ସ୍ୱରୂପା ସିଂ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଓ ସଭା ଶେଷରେ ଶ୍ରଦ୍ଧାଞ୍ଜଳି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ତଥା ଜିଲ୍ଲା ବାହାରର ଶତାଧିକ କବି କବୟିତ୍ରୀ ଯୋଗଦେଇ ଦେଶାତ୍ମବୋଧକ କବିତା ଓ ଗୀତ ଗାଇ ସ୍ୱାଧିନତା ଦିବସର ସଂଧ୍ୟାକୁ ରଙ୍ଗିନ କରି ଦେଇଥିଲେ । ଯୁବକବି କୃଷ୍ଣେନ୍ଦୁ ହୋତା କବିତା ସଂଯୋଜନା କରିଥିଲେ ।

Leave A Reply

Your email address will not be published.