ଗନ୍ଧରେଲ୍‌ ଡେମ୍‌ର ଗେଟ୍‌ ଖୋଲା ରହିଥିବା ଯୋଗୁଁ ଡେମ୍‌ ପାଣି ମାଡ଼ି ଗଲାଣି ଜମିକୁ ବୋଲି ଚାଷୀଙ୍କ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଗନ୍ଧରେଲ୍‌ ଡେମ୍‌ର ଗେଟ୍‌ ଖୋଲା ରହିଥିବା ଯୋଗୁଁ ଡେମ୍‌ ପାଣି ଆଉ ସଂରକ୍ଷିତ ହୋଇ ରହିପାରୁନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଡେମ୍‌ ତଳେ ରହିଥିବା ଚାଷୀମାନେ ବର୍ଷା ଅଭାବ ବେଳେ ଡେମ୍‌ ପାଣି ଉପରେ ନିର୍ଭର କରୁଥିବା ବେଳେ ଏବେ ବର୍ଷା ଦିନରେ ଡେମ୍‌ରେ ପାଣି ସଂରକ୍ଷଣ କରା ନଯିବା ଯୋଗୁଁ ଆଗକୁ ଡେମ୍‌ ଶୁଖିଯିବ ଏବଂ ଚାଷୀମାନେ ଏଥିପାଇଁ କଷ୍ଟ ପାଇବେ ବୋଲି କୁହାଯାଉଛି । ତେବେ ସଂପୃକ୍ତ ଡେମ୍‌ର ସୁରକ୍ଷା ଦିଗରେ ପ୍ରଶାସନିକ ଅବହେଳା ଲାଗି ରହିଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ଡେମ୍‌ର ଆଡ଼ି ବନ୍ଧ ପୂର୍ବରୁ ଗୋଟିଏ ସ୍ଥାନରେ ଭୁଷୁଡ଼ି ଥିବାବେଳେ ସେପଟରୁ ଡେମ୍‌ ପାଣି ବୋହି ଯାଇ ଡେମ୍‌ ତଳେ ଥିବା ଚାଷ ଜମି ଉପରକୁ ପାଣି ମାଡ଼ି ଯାଇଥିବାରୁ ଚାଷ ନଷ୍ଟ ହୋଇଥିବା ମଧ୍ୟ ଅଭିଯୋଗ କରୁଛନ୍ତି ଚାଷୀମାନେ । ବିଭାଗୀୟ ଅଧିକାରୀ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.