ଜେଏସ୍‌ଏମ୍‌ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ୭୮ତମ ସ୍ୱାଧୀନତା ଦିବସ ପାଳନ ସହିତ ଷ୍ଟ୍ରିଟ୍‌ ସୋ’ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ସାରା ଭାରତରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହେଉଥିବା ବେଳେ ଏହି ଅବସରରେ ବଲାଙ୍ଗିର ସ୍ଥିତ ଜେଏସ୍‌ଏମ୍‌ କଳା, ବିଜ୍ଞାନ ଓ ବାଣିଜ୍ୟ ମହାବିଦ୍ୟାଳୟରେ ମଧ୍ୟ ଦେଶ ପ୍ରତି ସମ୍ମାନ ଓ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ସ୍ମରଣ କରିବା ସହିତ ଅତି ଆନନ୍ଦ ଓ ଉଲ୍ଲାସର ସହ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିରର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଶେଷଜ୍ଞ ଡାକ୍ତର ରୁଦ୍ର ନାରାୟଣ ପଟେଲ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କ ସହିତ ଜାତୀୟ ପତାକା ଉତ୍ତୋଳନ କରିଥିବା ସମୟରେ କଲେଜର ଉପଦେଷ୍ଟା ମନୋରଞ୍ଜନ ସାହୁ, କଲେଜର ନିର୍ଦ୍ଦେଶକ ପୀତବାସ ପଣ୍ଡା, ଚେୟାରମେନ ସି.ଏ ଶ୍ରୀକାନ୍ତ ଶର୍ମା, ଶ୍ରୀମତୀ ସୁମନ୍‌ ଶର୍ମା, ଅଧ୍ୟକ୍ଷ ଡ.ଦିବ୍ୟ କିଶୋର ପ୍ରଧାନ ପ୍ରମୁଖ ମଂଚାସୀନ ହୋଇଥିଲେ । ମୁଖ୍ୟ ଅତିଥି ଆପଣା ସମ୍ଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ପ୍ରଦାନ କରିବା ସହିତ “ରାଷ୍ଟ୍ର ନିର୍ମାଣ ପାଇଁ ଯୁବକଙ୍କୁ ସଶକ୍ତିକରଣର ଆବଶ୍ୟକତା ଉପରେ ଏକ ଭାବପ୍ରବଣ ବକ୍ତୃତା ପ୍ରଦାନ କରିଥିଲେ । ପୁଣି ସମସ୍ତ ଅତିଥି ବୃନ୍ଦ ଭାଷଣ ପ୍ରଦାନ କରିବା ପରେ ସ୍ୱାଧୀନତା ଦିବସ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ସାର୍ଟିଫିକେଟ ଓ ପୁରସ୍କାର ବିତରଣ କରାଯାଇଥିଲା । ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ପରେ ପଟଣାଗଡ ଛକ ସ୍ଥିତ ଦୁର୍ଗା ମନ୍ଦିର ସମ୍ମୁଖରେ ରହିଥିବା ଭେଣ୍ଡିଙ୍ଗ୍‌ ଜୋନ ଠାରେ ଦେଶର ସ୍ୱାଧୀନତା ସଂଗ୍ରାମୀ ଏବଂ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଓ ସମ୍ମାନ ପ୍ରଦାନ ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏକ ଷ୍ଟ୍ରିଟ୍‌ ସୋ’ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କୋଶଳ ପ୍ରବାହର ସଂପାଦକ କବି ଆନନ୍ଦ ଚନ୍ଦ୍ର ସାହୁ, ଅବସରପ୍ରାପ୍ତ ସୈନିକ ପ୍ରତାପ ଚନ୍ଦ୍ର ରଥ, ଆଞ୍ଚଳିକ ସମ୍ବାଦ ସଂପାଦକ ସନ୍ଦୀପ କୁଅଁର, ପୋଲିସ ଅଧିକାରୀ ଅଭିମନ୍ୟୁ ରଥଙ୍କ ସହ ଅନ୍ୟ ସମ୍ମାନୀତ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ । ଜେଏସ୍‌ଏମ୍‌ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଅବସରରେ ଅନେକ ଦେଶପ୍ରେମ ସଂଗୀତ ଓ ନୃତ୍ୟ ପରିବେଷଣ କରିବା ସହିତ ଏକ ନାଟକ ମଧ୍ୟ ପରିବେଷଣ କରିଥିଲେ । କଲେଜ ଚେୟାରମେନ ସି.ଏ ଶ୍ରୀକାନ୍ତ ଶର୍ମା ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଅଧ୍ୟକ୍ଷ ଡ. ଦିବ୍ୟକିଶୋର ପ୍ରଧାନ ଧନ୍ୟବାଦ ପ୍ରଦାନ ଦାୟିତ୍ୱ ତୁଳାଇଥିଲେ ।

jittmm
Leave A Reply

Your email address will not be published.