ପ୍ୟାରିସ୍ ଅଲିମ୍ପିକ୍ସକୁ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

  • ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିବା ଦଳ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
     
    ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସ୍‌ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳ ସହ ଆଲୋଚନା କରିଛନ୍ତି । ନୂଆଦିଲ୍ଲୀରେ ସେମାନଙ୍କୁ ଭେଟିବା ସମୟରେ ଶ୍ରୀ ମୋଦୀ ଅଲିମ୍ପିକ୍ସ କ୍ରୀଡ଼ା ବିଷୟରେ ସେମାନଙ୍କ ଅନୁଭୂତି ଶୁଣିବା ସହ କ୍ରୀଡ଼ା କ୍ଷେତ୍ରରେ ସେମାନଙ୍କ ସଫଳତାକୁ ପ୍ରଶଂସା କରିଥିଲେ । ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ୟାରିସ୍ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ । ଭାରତ ସରକାର କ୍ରୀଡ଼ାକୁ ସମର୍ଥନ ଜାରି ରଖିବେ ଏବଂ ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସୁନିଶ୍ଚିତ କରିବେ । ଏକାଧିକ ଏକ୍ସ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି; ‘ପ୍ୟାରିସ୍ ଅଲିମ୍ପିକ୍ସରେ ଆମ ଦେଶର ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳ ସହ କଥାବାର୍ତ୍ତା କରିବା ଆନନ୍ଦଦାୟକ ଥିଲା । ଅଲିମ୍ପିକ୍ସ କ୍ରୀଡ଼ା ବିଷୟରେ ସେମାନଙ୍କ ଅନୁଭୂତି ଶୁଣିବା ସହ କ୍ରୀଡ଼ା ପଡ଼ିଆରେ ସେମାନଙ୍କ ସଫଳତାକୁ ପ୍ରଶଂସା କରିଛି । ପ୍ୟାରିସ୍‌ ଯାଇଥିବା ପ୍ରତ୍ୟେକ ଖେଳାଳି ଚାମ୍ପିୟନ । ଭାରତ ସରକାର କ୍ରୀଡ଼ାକୁ ସମର୍ଥନ ଜାରି ରଖିବେ ଏବଂ ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସୁନିଶ୍ଚିତ କରିବେ ।
Leave A Reply

Your email address will not be published.