ଧାତୁକିପାଲି ବିଦ୍ୟାଳୟରେ ନିଶାମୁକ୍ତ ଭାରତ ଅଭିଯାନ

ଏସ୍‌. ରାମପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ ସାମାଜିକ ନ୍ୟାୟ ଓ ଶାସକ୍ତିକରଣ ବିଭାଗର ଆହ୍ୱାନରେ ନିଶାମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଆମ ଦେଶ ଭାରତ ୭୮ ତମ ସ୍ୱତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଛାତ୍ରଛାତ୍ରୀମାନେ ନିଶା ସେବନରୁ ଦୁରେଇ ରହିବା ଓ ତାଙ୍କୁ ନିଶା ଦୂରୀକରଣ ଅଭିଯାନରେ ଯୋଡିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୋହନ ଚରଣ ନାଏକ ସଭାପତିତ୍ୱ କରିଥିଲେ । ଛାତ୍ରଛାତ୍ରୀ ମାନେ ନିଶା ନିବାରଣ ପାଇଁ ଶପଥ ପାଠ କରିବା ସହ ‘ବିକଶିତ ଭାରତର ମନ୍ତ୍ର ଭାରତ ହେଉ ନିଶାରୁ ସ୍ୱତନ୍ତ୍ର’ର ସ୍ଲୋଗାନ ଦେଇଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ କେମିତି ନିଜେ ନିଶା ସେବନରୁ ଦୂରେଇ ରହିବା ସହ ଗ୍ରାମବାସୀ ଓ ପିତାମାତାଙ୍କୁ ନିଶା ସେବନ ନକରିବାକୁ ସଚେତନତା ସୃଷ୍ଟି କରିପାରିବେ ସେ ବିଷୟରେ ଆଲୋଚନା କରାଯାଇଛି । ଏହି ଅବସରରେ ସମସ୍ତଙ୍କ ଦ୍ୱାରା ଏକ ବୃକ୍ଷରୋପଣ କରାଯାଇଥିଲା । ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା, ପାଚକ, ପାଚିକା ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ହାରାଧନ ରଣା ପରିଚାଳନା କରିଥିବାବେଳେ ପଞ୍ଚମ ଶ୍ରେଣୀର ଛାତ୍ରୀ ତୃପ୍ତି ଖେତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଗଜବନ୍ଧ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.