ତୁରେକେଲା ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

କଣ୍ଟାବଞ୍ଜି, (ଜୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଅଭିଯୋଗ ଶୁଣାଣି ତୁରେକେଲା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଏବଂ ଏସ୍‌ପି ରିଷିକେଶ ଖିଲାରୀଙ୍କ ସହ ବିଭିନ୍ନ ଜିଲ୍ଲାସ୍ତରୀୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ଏହି ଶିବିରରେ ଲୋକେ ଅଭିଯୋଗ ପଞ୍ଜିକୃତ କରିଥିବା ବେଳେ ସେଥି ମଧ୍ୟରୁ କିଛି ସମସ୍ୟାର ସମାଧାନ ମଧ୍ୟ ଶିବିରରେ ତୁରନ୍ତ ହୋଇଯାଇଛି । ଉକ୍ତ ଶିବିରରେ ବିଶେଷ କରି ଭତ୍ତା, ଆବାସ ଘର, ପାନୀୟଜଳ ସମସ୍ୟା ଏବଂ ରାସ୍ତା ସମସ୍ୟାକୁ ନେଇ ଲୋକେ ଅଭିଯୋଗ କରିଥିଲେ । ଏହି ଶିବିରରେ ଟିଟିଲାଗଡ ଉପଜିଲ୍ଲାପାଳ ରେହାନ ଖେତ୍ରୀ, କଣ୍ଟାବାଞ୍ଜି ତହସିଲଦାର, ତୁରେକେଲା ବିଡ଼ିଓ, ଜିଲ୍ଲା ଶିକ୍ଷାଧିକାରୀ, ଡି. ପି. ସି, ସିଡିପିଓ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.