ବଲାଙ୍ଗିର ଜିଲ୍ଲାରେ ଆଜି ୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୧୦, ଦେଓଗାଁ ବ୍ଲକରୁ ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଆଗଲପୁର ବ୍ଲକ ସାଲେଭଟା ଗ୍ରା.ପ.ରୁ ଜଣେ ଓ ବଡଟିକା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟି ଅଂଚଳରୁ ୱାର୍ଡ ନଂ.୪, ୫, ୮, ୧୧, ୧୩ ଓ ୧୯ରୁ ଜଣେ ଲେଖାଏଁ ଏବଂ ୨୦ରୁ ୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଓଗାଁ ବ୍ଲକ ଦେଓଗାଁ ଗ୍ରା.ପ.ରୁ ୭ ଏବଂ ବଡ଼ବନ୍ଧ, ଗାଇବାହାଲ, ଜରାସିଂହା ଓ ମୁକୁନ୍ଦପୁର ଗ୍ରା.ପ.ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗୁଡ଼ଭେଲା ବ୍ଲକ୍‌ ତେନ୍ତୁଲିଖୁଂଟି, ମାଢେ଼କେଲା, ରୁଷୁଡ଼ା ଓ ସମରାରୁ ଜଣେ ଲେଖାଏଁ, ମୁରିବାହାଲ ବ୍ଲକ ବାଙ୍କେଲ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ବ୍ଲକ ଡଙ୍ଗାବାହାଲ ଗ୍ରା.ପ.ରୁ ଜଣେ, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୩ରୁ ଜଣେ, ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ଓ ପଥର୍ଲାରୁ ଜଣେ ଲେଖାଏଁ, ତୁରେକେଲା ବ୍ଲକ ତୁରେକେଲା ଗ୍ରା.ପ.ରୁ ଜଣେ, ତୁଷୁରା ଏନ୍‌ଏସି ୱାର୍ଡ ନଂ.୫ରୁ ୪ ଜଣ, ୭ ଓ ୧୦ରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ସୂଚନାରେ କୁହାଯାଇଛି । ଏବେ ୧୨୩ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଜିଲ୍ଲାରେ ଚିକିତ୍ସାଧୀନ ରହିଛନ୍ତି ।

Leave A Reply

Your email address will not be published.