ସାହାଯ୍ୟର ହାତ ବଢ଼ାଇଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗୀର, (କେପିଏନ୍ଏସ୍) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ବଡ଼ଉଡେନ ଗାଁର ଅନିଲ ନାଏକଙ୍କ ଶରୀର ସମ୍ପୂର୍ଣ ପୋଡି ଯାଇଥିଲା । ତାଙ୍କ ସ୍ତ୍ରୀ ପାଟଣାଗଡ଼ ଡାକ୍ତରଖାନାକୁ ଆଣିବା ପରେ ସେଠାରୁ ବଲାଙ୍ଗୀରକୁ ଡାକ୍ତର ରେଫର କରିଥିଲେ । ତାଙ୍କ ସ୍ତ୍ରୀ ଏବଂ ଜଣେ ସମ୍ପର୍କୀୟ ବଲାଙ୍ଗୀର ଆଣିଥିଲେ। ହେଲେ ବଲାଙ୍ଗୀର ହସ୍ପିଟାଲରେ ମଧ୍ୟ ଡାକ୍ତର ବୁର୍ଲା ନେବାକୁ ପରାମର୍ଶ ଦେଇଥିଲେ । ଏ କଥା ବିଙ୍ଗ ହ୍ୟୁମାନର କର୍ମକର୍ତା ଜାଣିବା ପରେ ତାଙ୍କ ସ୍ତ୍ରୀକୁ ବୁର୍ଲା ନେବାକୁ କହିଥିଲେ । ହେଲେ ତାଙ୍କ ପାଖରେ ଖାଇବାକୁ ମଧ୍ୟ ଟଙ୍କାଟିଏ ନଥିବାରୁ ସେ ମନା କରି ଦେଇଥିଲେ । ପରେ ଅନୁଷ୍ଠାନର କର୍ମକର୍ତାଙ୍କ ଉଦ୍ୟମରେ ତାଙ୍କୁ କିଛି ଆର୍ଥିକ ସାହାଯ୍ୟ ସହ ବୁର୍ଲା ପଠାଯାଇଛି । ସେଠାରେ ବିଙ୍ଗ ହ୍ୟୁମାନ ବୁର୍ଲାର କର୍ମକର୍ତ୍ତା ତାଙ୍କୁ ଦେଖାରେଖା କରିବେ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି । ଏହି ସମୟରେ ଅନୁଷ୍ଠାନର ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକାନନ୍ଦ ପଟେଲ, ବାପିନା ମହାରଣା ଓ ପିଙ୍କୁ ବରାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.