lika

ଡି. ଆଇ. ଇ. ଟି. ବଲାଙ୍ଗିରରେ ଶିକ୍ଷା ସପ୍ତାହ ପାଳନ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ଜାତୀୟ ଶିକ୍ଷାନୀତି – ୨୦୨୦ର ଚତୁର୍ଥ ବାର୍ଷିକୀ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ, ବଲାଙ୍ଗିର ତରଫରୁ ଆଜି ଶିକ୍ଷା ସପ୍ତାହ ଅବସରରେ ‘ଶିକ୍ଷଣ ସାମଗ୍ରୀ ଦିବସ’ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଛୋଟ ଛୋଟ ପିଲାଙ୍କ ପାଇଁ ଖେଳ ଆଧାରିତ ଆଞ୍ଚଳିକ ଶିକ୍ଷଣ ସାମଗ୍ରୀ ଉପରେ ପ୍ରାଧାନ୍ୟ ଦେବା ସଙ୍ଗେ ସଙ୍ଗେ ଅନୁଷ୍ଠାନରେ ଥିବା ବାଳବାଟିକାର ବିଭିନ୍ନ ଶିକ୍ଷଣ କାର୍ଯ୍ୟକ୍ରମ ଉପରେ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଏଥିରେ ଗୁରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ପ୍ରସ୍ତୁତ ଶିକ୍ଷଣ ସାମଗ୍ରୀ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଶିକ୍ଷିକା ମାନଙ୍କଦ୍ଵାରା ‘୨୦୪୭ରେ ବିଦ୍ୟାଳୟ ପୁରୋଦୃଷ୍ଟି’ ଉପରେ ପୋଷ୍ଟର ପ୍ରଦର୍ଶନ କରାଯାଇଥିଲା । ପ୍ରୟୋଗଶାଳାର ଛାତ୍ରଛାତ୍ରୀମାନେ ଏହା ପରିଦର୍ଶନ କରି ଆନନ୍ଦିତ ହୋଇଥିଲେ । ଏହି ଉତ୍ସବରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀ ମୁଖ୍ୟ ଅତିଥି ତଥା ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ, ବଲାଙ୍ଗିରର ସହକାରୀ ପ୍ରାଧ୍ୟାପକ ଡ. ସୁଧୀର କୁମାର ସାହୁ, ଡ. ଅଜିତ କୁମାର ପ୍ରଧାନ, ଡ. ଲଲିତ କୁମାର ପାତ୍ର, ଡ. ନିବେଦିତା ସାହୁ ଓ ଇ. ଟି. ଇ. ଆଇ, ବଲାଙ୍ଗିରର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ମଳିକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଅନୁଷ୍ଠିତ ସାଧାରଣ ସଭାରେ ସଭାପତିତ୍ତ୍ଵ କରିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଜୟ ପ୍ରକାଶ ଦାଶ । ଅନୁଷ୍ଠାନର ସମସ୍ତ କର୍ମଚାରୀ ଓ ଗୁରୁ ଛାତ୍ରଛାତ୍ରୀଙ୍କର ସହାୟତାରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା ।

babaa
Leave A Reply

Your email address will not be published.