lika

ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ଦ୍ୱାଦଶାହ ସଂପନ୍ନ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ମହା ବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୟକେତନ ତ୍ରିପାଠୀଙ୍କ ଧର୍ମପତ୍ନୀ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ଦ୍ୱାଦଶାହ ପଦ୍ମପୁର ପୁରୋହିତ କଲ୍ୟାଣ ମଣ୍ଡପ ଠାରେ ସଂପନ୍ନ ହୋଇଛି । ଲକ୍ଷ୍ମୀପ୍ରିୟା ତ୍ରିପାଠୀ ଜଣେ ଧର୍ମପରାୟଣା ମହିଳା ଥିଲେ । ତାଙ୍କ ବିୟୋଗରେ ପଦ୍ମପୁର ଓ ଗାଇସିଲେଟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏହି ଦ୍ୱାଦଶାହ କାର୍ଯ୍ୟରେ ତାଙ୍କର ଆତ୍ମୀୟ ସଂପର୍କୀୟ ମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟରେ ବିଦ୍ୟାଧର ଦାଶ, ଉମାକାନ୍ତ ସାହୁ, ସନ୍ତୋଷ ଠାକୁର, କିଶୋର ମିଶ୍ର, ସୁଦୀପ୍ତ ଦାଶ, ଜିତେନ୍ଦ୍ର ପଣ୍ତା, ଗୋପାଳଜୀ ପାଣିଗ୍ରାହୀ, ରେଣୁ ସାହୁ, ବିଦେଶୀ ସାହୁ, ଡ. ପ୍ରମୋଦ କୁମାର ପାଢୀ, ଅର୍ଜୁନ ମହାନ୍ତି, ଗୋବିନ୍ଦ ପାଣିଗ୍ରାହୀ, ଡ. ସରୋଜ ନାୟକଙ୍କ ସମେତ ପଦ୍ମପୁର ଓ ଗାଇସିଲେଟ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଲକ୍ଷ୍ମୀପ୍ରିୟା ତ୍ରିପାଠୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା ।

babaa
Leave A Reply

Your email address will not be published.