oom

ଶିକ୍ଷା ସପ୍ତାହ ପାଳନ ଉପଲକ୍ଷେ କ୍ରୀଡା ଦିବସ ପାଳନ

jsmm

ଏସ୍‌. ରାମପୁର, (ସୁଶିଳ କୁମାର ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଧାତୁକିପାଲି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ଉପଲକ୍ଷେ କ୍ରୀଡା ଦିବସ ପାଳିତ ହୋଇଯାଇଛି । ପାରମ୍ପରିକ କ୍ରୀଡାକୁ ପ୍ରୋତ୍ସାହନ ଦେବା ଓ କ୍ରୀଡାକୁ ଶିକ୍ଷା ସହିତ ଯୋଡିବା ଉଦ୍ଦେଶ୍ୟରେ ପାଳିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରେମାନନ୍ଦ ଖେତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର ପୁରୋହିତ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ଜାତୀୟ ଶିକ୍ଷା ନୀତିର ଚତୁର୍ଥ ବର୍ଷ ପାଳନ ଅବସରରେ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ଚାଲିଛି । ଏହି କାର୍ଯ୍ୟକ୍ରମର ତୃତୀୟ ଦିବସ ଅବସରରେ ପୁଚି ଖେଳ, ଦଉଡି ଡିଆଁ, କେଳି ବାଡ଼ି, ସାତ ଘରିଆ, ଖୁରିଗିନା ମାଜିଦେଲି ବାକସେ ଭରିଦେଲି, କସାଡୀ, କିସ୍‌ କିସ୍‌ କିସ୍‌ କା ରଙ୍ଗ, ବିଷ କି ଅମୃତ, ଜୁଏ, ଛୋର, ବାଡ଼ି ଗଡା଼ନୀ, କିତ୍‌ କିତ୍‌, ପୁତଲୀ ଖେଳ, ଖୁରୀ ଗିନା ଖେଳ, ସାତ ଘରିଆ, ଛକା, ଘାଚା, ବାଗୁଡ଼ି ପରି ପାରମ୍ପରିକ କ୍ରୀଡା, ଖେଳଣା ଭିତ୍ତିକ ଶିକ୍ଷଣ, ଖେଳ ଭିତ୍ତିକ ଶିକ୍ଷଣ କାର୍ଯ୍ୟ ଆୟୋଜିତ ହୋଇଥିଲା । ଖେଳ ମାଧ୍ୟମରେ କେମିତି ଶିକ୍ଷା ଲାଭ କରାଯାଇ ପାରିବ ସେ ବିଷୟରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅବଗତ କରାଯାଇଥିଲା । ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ଅଭିଭାବିକା, ପାଚକ, ପାଚିକା ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ହାରାଧନ ରଣା ପରିଚାଳନା କରିଥିବା ପ୍ରଧାନ ଶିକ୍ଷକ ମୋହନ ଚରଣ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ଗଜବନ୍ଧ କ୍ଲଷ୍ଟରର ପଣ୍ଡରାପାଲି, କେନ୍ଦୁପାଲି, କୁଶଦାଦର, କାଇସକନ୍ଦା, ଗଜବନ୍ଧ, ସୁଲେଇ ଓ ବ୍ରାହ୍ମଣୀପାଲି ବିଦ୍ୟାଳୟ ଗୁଡିକରେ ଏହି ଦିବସ ପାଳିତ ହୋଇଯାଇଛି ।

jittmm
Leave A Reply

Your email address will not be published.