ପବିତ୍ର ଶ୍ରୀଗୁଣ୍ଡିଚାରେ ଭକ୍ତ ଦାସିଆ ପୀଠରେ ଶ୍ରୀଜଗନ୍ନାଥଙ୍କ ସ୍ୱତନ୍ତ୍ର ତୁଳସୀ ବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ, ପୁରୀ ଜିଲ୍ଲାର ପିପିଲି ବ୍ଲକ ଅଧିନସ୍ଥ ବାଲିଗାଁ ଠାରେ ପବିତ୍ର ଶ୍ରୀଗୁଣ୍ଡିଚାରେ ପୀଠସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମଙ୍ଗଳ ଆଳତୀ, ସ୍ୱତନ୍ତ୍ର ବେଶ, ବାଳଭୋଗ ସହିତ ପାଶ୍ୱର୍ ଦେବାଦେବୀଙ୍କ ନୀତିକାନ୍ତି ମନ୍ଦିରର ମୁଖ୍ୟ ପୂଜକ ଲିଙ୍ଗରାଜ ପଣ୍ଡା, ସହାୟକ ପୂଜକ ପ୍ରସନ୍ନ କୁମାର ପଣ୍ଡା, ପ୍ରହଲ୍ଲାଦ ମିଶ୍ରଙ୍କ ଦ୍ୱାରା ସମାପିତ ହୋଇଥିଲା । ଦିବା ଘ.୧୧.୩୦ମି.ରେ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି କାର୍ଯ୍ୟ, ସଂକୀର୍ତ୍ତନ, ଘଣ୍ଟଘଣ୍ଟା, କାହାଳୀ ଓ ହୁଳହୁଳି ମଧ୍ୟରେ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଥିଲା । ନିକଟବର୍ତ୍ତୀ ଅଞ୍ଚଳରୁ ବିଭିନ୍ନ ଗ୍ରାମର ଗ୍ରାମବାସୀଙ୍କ ସହିତ ଅଗଣିତ ଭକ୍ତଙ୍କ ସମାବେଶ ହୋଇଥିଲା । ପରେ ଭକ୍ତ ଦାସିଆ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟ କୃଷ୍ଣଚନ୍ଦ୍ର ରାଉତ, ଲକ୍ଷ୍ମୀଧର ଲେଙ୍କା, ଗିରିଧାରୀ ପଲାଇ, ସୁବାସ ପ୍ରଧାନ, ସନାତନ ସାହୁ, ସୁଦର୍ଶନ ଦାସ ପ୍ରମୁଖ ଦୀର୍ଘ ସମୟ ଅଖଣ୍ଡ ନାମ ସଂକୀର୍ତ୍ତନ ପରିବେଷଣ କରିଥିଲେ । ପୀଠସ୍ଥ ଭକ୍ତ ଦାସିଆ ତୁଳସୀ ଉଦ୍ୟାନରୁ ସଂଗୃହୀତ ତୁଳସୀ, ଫୁଲ ଶ୍ରୀକ୍ଷେତ୍ରର ରଥାରୁଢ଼ ଶ୍ରୀଜଗନ୍ନାଥଙ୍କ ଲାଗି ହେବା ନିମନ୍ତେ ସନ୍ଥ ରାମସରଣ ଦାସ, ସେବକ କବିନ୍ଦ୍ର ବେହେରା ନାମ ସଂକୀର୍ତ୍ତନ ସହ ପୁରୀକୁ ଯାତ୍ରା ଆରମ୍ଭ କରିଥିଲେ । ଭକ୍ତ ଦାସିଆ ସ୍ମୃତି କମିଟିର ବରିଷ୍ଠ ସଦସ୍ୟ ଇଂ ବସନ୍ତ କୁମାର ମିଶ୍ର, ପ୍ରଫେସର ବୃନ୍ଦାବନ ମହାପାତ୍ର, ବରିଷ୍ଠ ଟ୍ରଷ୍ଟି ଅର୍ଜୁନ ଚରଣ ସାମଲ, ରମେଶ ଚନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଦାସ, କୃଷ୍ଣଚନ୍ଦ୍ର ଲେଙ୍କା, ବଟକୃଷ୍ଣ ବିଶ୍ୱାଳ, ସ୍ୱୟଂପ୍ରକାଶ ପରିଡ଼ା, ଅକ୍ଷୟ କୁମାର ବେହେରା, ଚିର୍ତ୍ତରଞ୍ଜନ ସେନାପତି, ଭୀମସେନ ମେକାପ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମଧ୍ୟାହ୍ନରେ ଉପସ୍ଥିତ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରାଯାଇଥିଲା । ଅପରାହ୍ନରେ ଦିବା ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ଅଞ୍ଚଳରୁ ଆମନ୍ତ୍ରିତ ବିଶିଷ୍ଟ ଶିଶୁ କଳାକାର ମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇ ରାତ୍ର ୯.୩୦ମି.ରେ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରତ୍ନସିଂହାସନକୁ ବିଜେ କରାଯାଇଥିଲା ।

Leave A Reply

Your email address will not be published.