jayashree

ନାଟ୍ୟ ଚେତନାର ନାଟକ ‘ଆମ ଘର’ ମଂଚସ୍ଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପୂର୍ବାହ୍ନରେ ‘ଲୁ’ ନାଟ୍ୟ ସଂସ୍ଥା ଆନୁକୂଲ୍ୟରେ କରୋନା କାଳରେ ଦୂର ସହରରେ ଅନ୍ୟ ଲାଗି ଘର ତୋଳିବାର ଶ୍ରମିକ ହୋଇ ନିଜ ଗାଁରେ ଘର ତୋଳିବାର ଜଣେ ମଣିଷ, ସେଇ ନିଜ ଘରେ ମୁଣ୍ଡ ଗୁଂଜିବାର ସୁଯୋଗ ନ ପାଇବା ପରି ଏକ ହୃଦୟସ୍ପର୍ଶୀ ଦାଦନ ଶ୍ରମିକଙ୍କ ସତ ଘଟଣା ଉପରେ ଆଧାରିତ ନାଟକ ‘ଆମ ଘର’ ନାଟ୍ୟ ଚେତନା, ଭୁବନେଶ୍ବରର କଳାକାର ମାନେ ସଫଳତାର ସହିତ ମଂଚସ୍ଥ କରିଛନ୍ତି । ସ୍‌ସ୍ୱନାମଧନ୍ୟ ନାଟ୍ୟକାର ଓ ନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକଙ୍କ ଏଇ ନାଟକରେ ଆଶିଷ (ଛତିଶଗଡ), ସୁଜାତା (ବେବି), ଚନ୍ଦ୍ରକାନ୍ତ ଓ ଗଣେଶ ଭୂମିକାରେ ଜୀବନ୍ତ ଅଭିନୟ କରି ଦର୍ଶକଙ୍କୁ ବେଶ ସମୟ ଯାଏ ବାନ୍ଧି ରଖିଥିଲେ । ‘ଲୁ’ର ସଂପାଦକ କେଶ ରଞ୍ଜନ ପ୍ରଧାନ ସ୍ବାଗତ ଭାଷଣ ଦେଇଥିବା ବେଳେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋରଞ୍ଜନ ସିଂ ବରିହା, ଅବସରପ୍ରାପ୍ତ ବିଚାରପତି ରାମଚନ୍ଦ୍ର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦାନ ଦେଇଥିଲେ । ପ୍ରାରମ୍ଭରେ ରମେଶ ଗୁର୍ଲାଙ୍କର ସଙ୍ଗୀତ ନିର୍ଦ୍ଦେଶନାରେ ଗଜାନନ ନାଗ ସମଲେଇ ଜଣାଣ ପରିବେଷଣ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ଅନ୍ନଦା ସରାଫ, ଡଃ ପ୍ରମୋଦ କୁମାର ପାଢୀ, ଅଧ୍ୟାପକ ଡଃ ସୁରୋଜ ନାୟକ, ରାଜେନ୍ଦ୍ର ମହାନ୍ତି, ଅଶ୍ବିନୀ ପଟେଲ, ବିଶ୍ରାମ ମେହେର, ଜଗନ୍ନାଥ ସେଠ ପ୍ରମୁଖ ଉପସ୍ଥିତ ରହିଥିଲେ । ନାଟ୍ୟକାର ଅଶୋକ କୁମାର ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ସମଗ୍ର କାର୍ୟ୍ୟକ୍ରମକୁ ସୁବ୍ରତ ପଟ୍ଟନାୟକ, ଉଦ୍ଧବ ଘିବେଲା, ବିକ୍ରମ ସାହୁ, ଫକିର ସା, ଦୀନବନ୍ଧୁ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.