oom

ପାଇକମାଲ ବ୍ଲକ କଂଗ୍ରେସ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ଅଧୀନସ୍ଥ ଯୋଗେନ୍ଦ୍ରନାଥପୁର ନାବାଳିକା ହତ୍ୟା କାଣ୍ତକୁ ନେଇ ପାଇକମାଲ କଂଗ୍ରେସ ଦଳ ପକ୍ଷରୁ ପାଇକମାଲ ଥାନା ଅଧିକାରୀଙ୍କ ଜରିଆରେ ବରଗଡ଼ ଏସପିଙ୍କୁ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ଆଜି । ପ୍ରଥମେ କଂଗ୍ରେସ ଦଳ ପକ୍ଷରୁ ପାଇକମାଲ ବ୍ଲକ କଂଗ୍ରେସ କମିଟି ସଭାପତି ବିନୋଦ ବିହାରୀ ବିଶ୍ବାଳଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ପାଇକମାଲ ବ୍ଲକ ଯୋଗେନ୍ଦ୍ରନାଥପୁର ଗାଁକୁ ଯାଇ ମୃତକ ନାବାଳିକାର ପରିବାରକୁ ଭେଟିଥିଲେ । ସମସ୍ତ ବିଷୟ ପଚାରି ବୁଝି ଏହା ଏକ ସୁପରି କଳ୍ପିତ ହତ୍ୟାକାଣ୍ଡ ବୋଲି ଆଲୋଚନା କରିଥିଲେ । ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ୱନା ଦେଇ ପାଇକମାଲକୁ ପୁଣି ଆସି ଆଇବିରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲ । ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁ ତାଙ୍କର ବକ୍ତବ୍ୟ ସାମ୍ବାଦିକ ମାନଙ୍କୁ ପ୍ରଦାନ କରିଥିଲେ । ପରେ ଥାନାକୁ ଆସି ଏହି ଘଟଣାର ଦୋଷୀକୁ ତୁରନ୍ତ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ ଏକ ଦାବୀ ପତ୍ର ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ କଂଗ୍ରେସ ଦଳ ପ୍ରତିନିଧି ଦଳ ପୂର୍ବତନ ପାଇକମାଲ ବ୍ଲକ ଅଧ୍ୟକ୍ଷ ବିନୋଦ କାଲିଆ, ପ୍ରାଣବନ୍ଦୁ ଦାଶ, ଚନ୍ଦୁଲାଲ ପ୍ରଧାନ, ଧନୀରାମ ଭୋଇ, ମହେନ୍ଦ୍ର ଖୁଣ୍ଟିଆ, ବଏବ ପ୍ରଧାନ, ରଘୁମଣି ବେହେରା, ଗତିକୃଷ୍ଣ ଭୋଇ, ଉମାକାନ୍ତ ବାଗ, ମୁଜାଫର୍ ହୁସେନ ଖାଁ, ବିଜୟାନନ୍ଦ ପଟ୍ଟନାୟକ, ସୁରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.