ପାଇକମାଲ ସରସ୍ଵତୀ ଶିଶୁମନ୍ଦିରରେ ନବନିର୍ବାଚିତ ସାଂସଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ନବନିର୍ବାଚିତ ବରଗଡ ସାଂସଦ ପ୍ରଦୀପ ପୁରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ଫେରିବା ପରେ ବରଗଡ, ଅତାବିରା, ପାଇକମାଲ, ପଦ୍ମପୁର, ଗାଇସିଲେଟ, ଝାରବନ୍ଧ, ଝାରସୁଗୁଡା, ବ୍ରଜରାଜନଗର ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ଯୋରସୋରରେ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଆଜି ପାଇକମାଲ ସରସ୍ଵତୀ ଶିଶୁମନ୍ଦିର ସଭାପତି ରାଜକୁମାର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ନବନିର୍ବାଚିତ ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲ ଶିଶୁମନ୍ଦିର ତରଫରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ରାଜେଶ କୁମାର ପଟେଲ, ପ୍ରଧାନ ଆଚାର୍ଯ୍ୟ ସାନନ୍ଦ ବାରିକ, ସଂପାଦକ ନିମାଇଁ ଚରଣ ଦାସ, ରେବତୀ ପାଣିଗ୍ରାହୀ, ସସ୍ମିତା ମହାନ୍ତି, ଶାନ୍ତି ସାହୁ, ବିନିତା କଦମ, ଅରୁନ୍ଧତୀ ସାହାଣୀ, ଗୁରୁଜୀ ସୁଶୀଳ ମହାନନ୍ଦ, ଯୋଗେନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି ସଭାକୁ ସଫଳ କରିଥିଲେ । ନବନିର୍ବାଚିତ ବରଗଡ ସାଂସଦ ପ୍ରଦୀପ ପୁରୋହିତଙ୍କ ବକ୍ତବ୍ୟରେ ଶିଶୁମାନଙ୍କ ଭବିଷ୍ୟତ ଗଠନ ଓ ବିଦ୍ୟାଳୟର ଉନ୍ନତି କାମନା ପାଇଁ ଅନୁପ୍ରାଣିତ କରିଥିଲେ ।

Leave A Reply

Your email address will not be published.