ବସ୍‌ ଧକ୍କାରେ ଜଣେ ମୃତ

ମାଥିଲି : ମାଲକାନଗିରି ମାଥିଲିରେ ଅଘଟଣ । ନିର୍ବାଚନ କାମ ସାରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ଖଇରପୁଟ ମୁଦୁଲିପଡ଼ା ପଞ୍ଚାୟତ ଏମ୍ ବନ୍ଧଗୁଡ଼ାର ଇନ୍ଦ୍ରଜିତ କିର୍ସାନୀ । ନିର୍ବାଚନ କାମରେ ଯୋଗ ଦେବାକୁ ନିକଟସ୍ଥ ପୋଲିଂ ବୁଥ୍‌କୁ ଯାଇଥିଲେ । ସେଠାରେ ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଇନ୍ଦ୍ରଜୀତଙ୍କ ବାଇକ୍‌କୁ ଧକ୍କା ଦେଇଥିଲା ବସ୍‌ । ଯାହାଫଳରେ ଘଟଣାସ୍ଥଳରେ ହିଁ ଇନ୍ଦ୍ରଜୀତଙ୍କ ମୃତ୍ୟୁ ହୋଇଯାଇଛି । ସେପଟେ ମୃତ୍ୟୁ ଖବର ଶୁଣି ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.