ପ୍ରଶାସନର ବିଚିତ୍ର ନୀତି : ଗୋଟିଏ ଘର ପାଇଁ ଦୁଇଟି ସରକାରୀ ଅନୁଦାନ !

ପ‌ଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ରାଜବୋଡାସ‌ମ୍ବର ବ୍ଳକ ଅନ୍ତର୍ଗତ ବୁଡାମାଲ ଗ୍ରାମ ପଞ୍ଚାୟତ ବୁଡାମାଲ ଗ୍ରାମରେ ଦେଖିବାକୁ ମିଳୁଛି ବିଚିତ୍ର ନୀତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖାଯାଉଛି ଗୋଟିଏ ପଟରେ । ଆଉ ଗୋଟିଏ ପଟରେ ଲେଖାଯାଉଛି ବିଜୁ ପକ୍କା ଘର । ପ୍ର‌ଶ୍ନ ଉଠୁଛି ଏଠାରେ ସାଧାରଣରେ, କେଉଁଟା ସତ କହିବେ କି ବିଡ଼ିଓ ମହୋଦୟ ? ଲୋକ‌ଙ୍କ ମଧ୍ୟରେ ଆଲୋଚନା ହେଉଛି, ପ୍ରଶାସନିକ ଅଧିକାରୀ ନିୟମ ଉଲଘଂନ କରିଚାଲିଛନ୍ତି ଓ ରାଜନୀତିକ ଲୋକଙ୍କ କଥା ମାନି ବାହାବା ନେଉଛ‌ନ୍ତି । ତେବେ କେଉଁ ସ୍ବାର୍ଥରେ ଏହା କଲେ, ତାହା ଜଣା ପଡୁନଥିବା ବେଳେ ଏ ବିଷୟକୁ ନେଇ ଅଂଚଳରେ ଜୋର୍‌ସୋର୍‌ ଚ‌ର୍ଚ୍ଚା ଆର‌ମ୍ଭ ହୋଇଯାଇଛି । ଏମିତି ଅଫିସର ରାଜବୋଡାସ‌ମ୍ବର ବ୍ଳକ ପାଇଁ ବିପଦ ଜନକ ବୋଲି ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.