oom

ପଦ୍ମପୁର ସହର ପାଇଁ ମିଡିଆ ହାଉସ୍‌ ଲୋକାର୍ପିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ସ୍ତରରେ ସମସ୍ତ ପ୍ରକାରା ଖବର ଓ ପ୍ରକାଶନ ପାଇଁ ମିଡିଆ ହାଉସ୍‌ ଉଦ୍‌ଘାଟିତ ହୋଇ ଯାଇଅଛି । ରାଜବୋଡ଼ାସମ୍ବର ଖେଳ ପଡିଆ ସମ୍ମୁଖରେ ସହରର ସମସ୍ତ ସାମ୍ବାଦିକ ମେଳରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୱାନଙ୍କ କର କମଳରେ ଦୀପ ପ୍ରଜ୍ବଳନ କରି ନୂତନ ବର୍ଷରେ ଶୁଭାରମ୍ଭ କରାଯାଇଅଛି । ଉକ୍ତ ଉଦ୍‌ଘାଟନୀ ଉତ୍ସବରେ ସହକାରୀ ଜିଲ୍ଲାପାଳ ବରଗଡ ଶ୍ରୀମତୀ  ଦିପ୍ତିମୟୀ ଭୂଏ, ସୂଚନା ଓ ଲୋକ ସଂପର୍କ ଅଧିକାରୀ ପୂର୍ଣ୍ଚନ୍ଦ୍ର ପାଣୀଗ୍ରାହୀ, ପୋଲିସ ବିଭାଗୀୟ ଅଧିକାରୀ ଏସ୍‌.ଡି.ପି.ଓ. ପ୍ରଦୀପ ସାହୁ, ଆଇ.ଆଇ.ସି. ପଦ୍ମପୁର ମାନସ ରଞ୍ଜନ ପ୍ରଧାନ, ଆଇ.ଆଇ.ସି ସୋହେଲା ନିର୍ମଳ ମହାପାତ୍ର ଯୋଗଦାନ କରି ପଦ୍ମପୁର ଉପଖଣ୍ତର ସାମ୍ବାଦିକ ଭାଇମାନଙ୍କୁ ଉତ୍ସାହିତ କରିଥିଲେ । ଏହି ମିଡିଆ ହାଉସର ମୂଳ ଲକ୍ଷ୍ୟ ହେଲା ଯେ ଲୋକଙ୍କ ସମସ୍ୟାକୁ କିଭଳି ସରଳତାର ସହ ପ୍ରସାଶନ ପାଖରେ ପହଂଚାଇ ମିଡିଆ ମାଧ୍ୟମରେ ସମାଧାନ କରାଯାଇପାରିବ ତାହାରି ଉପରେ ଗୁରୁତ୍ବାରୋପ କରି ସାମ୍ବାଦିକତାର ମୂଳବୋଧ କାରଇବେ । ଉପଖଣ୍ତର ସମ୍ବାଦିକ ମଧ୍ୟରେ ବିଜୟ କୁମାର ସାହୁ, ପ୍ରିୟରଞ୍ଜନ ଭୋଇ, ଜି.ଶ୍ରୀନିବାସ ରାଓ, ଶୋମେସ ମହାନ୍ତି, ଆଦର୍ଶ କୁମାର ନାଥ, ହେମନ୍ତ କୁମାର ସାହୁ, ନୀଳ ଦୀପ, ଶିବ ଶଙ୍କର ବିଶ୍ବାଳ, ସୁଦାନ ପ୍ରଧାନ, ଅଶ୍ବିନୀ ଧରୁଆ, ଉତ୍ତମ ପାଣୀଗ୍ରାହୀ, ଡିଲେଶ୍ବର ବାଗ, ଅନିଲ ଦୋରା ସମସ୍ତେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.