csstore

ମାନସିକ ରୋଗୀ ରାଜୁ ଧରୁଆର ଚିକିତ୍ସା କେବେ ହେବ ?

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ପଦ୍ମପୁର ରାଜ ବୋଡାସମ୍ବର ବ୍ଲକ ବୁଡାମାଲ ଗ୍ରାମର ରାଜୁ ଧରୁଆ ନାମକ ଜଣେ ବ୍ୟକ୍ତି ମାନସିକ ଅସୁସ୍ଥ ହୋଇ ପାଗଳ ହୋଇ ଯାଇଛି । ବହୁ ବର୍ଷ ଧରି ଏଣେ ତେଣେ ବୁଲିବାରୁ ପଦ୍ମପୁର ସହରର ସମାଜସେବୀ ଆଶିଷ ନାଥ ତାଙ୍କ ଘରକୁ ଆସି ପଚରା ଉଚରା କରି ଚିକିତ୍ସା ପାଇଁ ବ୍ୟବସ୍ଥା କରି ବୁଡାମାଲର ମୁକ୍ତି ଦାଶଙ୍କ ସହ ବୁର୍ଲା ନେଇ ଚିକିତ୍ସା କରାଇବାରୁ ବହୁ ମାତ୍ରାରେ ଭଲ ହୋଇଥିଲା । ପରେ ଘରର ଆର୍ଥିକ ପରିସ୍ଥିତି ଜଟିଳ ଥିବାରୁ ମେଡିସିନ୍ କରି ନ ପାରିବିରୁ ପୁଣି ସେହି ରୋଗ ବାହାରିଥିଲା । ଏବେ ପ୍ରାୟ ଗୋଟିଏ ମାସରୁ ଉର୍ଦ୍ଧ୍ବ ହେବ ଘରୁ ବାହାରି ଯାଇ ଯୋଖିପାଲି ଗାଁରେ ଗୋଟିଏ ପୋଖରୀ ହିଡରେ ଶୋଇ ରହୁଥିବା ଦେଖି ଉକ୍ତ ଗ୍ରାମର ଦୁଇଜଣ ସମାଜସେବୀ ଦିବସ ସାହୁ ଓ ଅନ୍ୟ ଜଣେ ମିଶି ତାର ସେବା କରି ନୁତନ ପ୍ୟାଣ୍ଟ ସାର୍ଟ ଦେଇ ବିଜେପୁର ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇ ବୁଡାମାଲକୁ ଆଣି ଛାଡିଥିଲେ । ସାଧାରଣ ଜନତା ଏମିତି ସେବା କରି ପାରୁଛନ୍ତି, କିନ୍ତୁ ଏ ବିଷୟରେ ସରକାର ବା ପଦ୍ମପୁର ବିଡିଓ, ଉପ ଜିଲ୍ଲାପାଳ ଜାଣିଥାଇ ମଧ୍ୟ କୌଣସି ଚିକିତ୍ସା ପାଇଁ ହାତ ବଢାଉ ନାହାନ୍ତି । ତେଣୁ ବିଡିଓ ତଥା ଉପ ଜିଲ୍ଲାପାଳ ଲୋକଙ୍କୁ ସେବା ଯୋଗାଇବାରେ କେତେଦୂର ସକ୍ଷମ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି ।

jayashree
Leave A Reply

Your email address will not be published.