କଂଟାବାଂଜି, (ମନିଶ କୁମାର ହଂସ) : ନୂତନ ବର୍ଷ ୨୦୨୧ରେ ଜନସାଧାରଣଙ୍କୁ ଶୁଭେଛା ଜଣାଇବା ସହ ମଂଦିର ଗୁଡିକ ବୁଲି ଆଶୀର୍ବାଦ ଭିକ୍ଷା କରିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ପ୍ରାତଃ ସମୟରୁ ସ୍ଥାନୀୟ ଶ୍ରୀଜଗନ୍ନାଥ ମଂଦିରକୁ ଦର୍ଶନ କରିବାକୁ ଯାଇ ମଂଦିର ପରିଚାଳନାର ସଭ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ଆଶ୍ରମ ପଡା ସ୍ଥିତ ଶ୍ରୀଜଗନ୍ନାଥ ମଂଦିର, ମାଁ ନିଆଲି ମଲିଙ୍କ ପୀଠ, ଶ୍ରୀବାଲାଜୀ ମଂଦିର, ଶ୍ରୀଗଙ୍ଗା ମାଈ ମଂଦିର ଯାଇ ପୂଜା ଅର୍ଚ୍ଚନା କରଛନ୍ତି । ଏପରିକି ମହଖଣ୍ଡସ୍ଥିତ ପବିତ୍ର ଦେବୀ ପୀଠ ମା’ ବନଦୁର୍ଗାଙ୍କ ମଂଦିରକୁ ଯାଇ ମଂଦିର ଦର୍ଶନ ପରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି । ସେହିପରି ମାଓପ୍ରବଣ ଅଂଚଳରେ ଥିବା ନାନ୍ଦୋଲ ସ୍ଥିତ ଶ୍ରୀଜଗନ୍ନାଥ ମଂଦିରକୁ ମଧ୍ୟ ଯାଇ ପରିଚାଳନା କମିଟି ଓ ଗ୍ରାମବାସୀ ସହ ଆଲୋଚନା କରି ନୂତନ ବର୍ଷ କରୋନା ମହାମାରୀ ସତ୍ୱେ ପ୍ରଭୁ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ମଂଗଳରେ ରଖିଥାନ୍ତୁ ବୋଲି ପୂଜା କରିଛନ୍ତି । ଏହା ପରେ ବଙ୍ଗୋମୁଣ୍ଡା, ଭାଲୁମୁଣ୍ଡା, ବେଲପଡା ସ୍ଥିତ ଦେବାଦେବୀ ପୀଠକୁ ଯାଇ ଗ୍ରାମବାସୀଙ୍କ ମଂଗଳ ପାଇଁ ପୂଜା ଅର୍ଚ୍ଚନା କରିଛନ୍ତି । ତାଙ୍କ ମଂଦିର ଦର୍ଶନ ବେଳେ ବ୍ରଜଶ୍ୟାମ ଗୁରୁ, କାର୍ତିକ ପୁଟେଲ ସହ ଅନ୍ୟ ମାନେ ମଧ୍ୟ ଉପସ୍ଥିତ ଥିଲେ ।